ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହେଲା ଦଶମ ପରୀକ୍ଷା
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହୋଇଛି ପ୍ରଥମ ଦିନର ମ୍ୟାଟ୍ରିକ ପରୀକ୍ଷା । କପି ରୋକିବା ପାଇଁ ମଧ୍ୟ ସ୍କ୍ୱାଡ ତରଫରୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । କଳାହାଣ୍ଡି ଜିଲ୍ଳାରେ ୧୦୩ ଟି ପରୀକ୍ଷା କେନ୍ଦ୍ରରେ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ତ୍ରିସ୍ତରୀୟ ଫ୍ଲାଇଙ୍ଗ ସ୍କ୍ୱାଡ ଗଠନ କରାଯିବା ସହ ଗୋଟିଏ ରାଜ୍ୟ ସ୍ତରୀୟ ସ୍କ୍ୱାଡ ମଧ୍ୟ ଗଠନ କରାଯାଇଛି । ୧୦୩ ଟି ସେଣ୍ଟର ମଧ୍ୟରୁ ୩୭ ଟି ସମ୍ବେଦନ ଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।


