ସ୍କୁଲ ଫି ଛାଡ କରିବା ଦାବୀ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଛତ୍ରପୁର ,(ଦେବଦତ୍ତ ମହାରଣା) : ସ୍କୁଲ ଫି ରେଗୁଲେସନ୍ ଅଡିନାନ୍ସ ଦାବିରେ ଗୁରୁବାର ଓଡିଶା ଅଭିଭାବକ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖା ଓ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦେଇଛନ୍ତି । କରୋନା ମହାମାରୀରେ ସମସ୍ତେ ଜୀବିକା ହରାଇଥିବା ବେଳେ ସ୍କୁଲ ଓ କଲେଜ କର୍ତ୍ତୁପକ୍ଷ ଫି ଆଦାୟ କରୁଛନ୍ତି । ତେଣୁ ଫି ଛାଡ କରିବା ନିମନ୍ତେ ସେମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣାଣୀ କକ୍ଷରେ ଏକ ଲିଖୀତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଗଣଧାରଣା ରେ ଓଡିଶା ଅଭିଭାବକ ମହାସଂଘର ଗଞ୍ଜାମ ଜିଲ୍ଲା ସଭାପତି ଡଃ ମଧୁସୁଦନ ସାହୁ,କେଶରୀୟା ହିନ୍ଦୁ ବାହିନୀର ଗଞ୍ଜାମ ଜିଲ୍ଲା ସହ ପ୍ରଭାରୀ ବୃନ୍ଦାବନ ବେହେରା,ମନୋରଞ୍ଜନ ମହାପାତ୍ର,ବିନୋଦ ବିହାରୀ ସିଂ,ରଜନୀ କାନ୍ତ ପଟ୍ଟନାୟକ,ଗଜେନ୍ଦ୍ର ଚୈାଧୁରୀ,ଜି.ରାମ କୁମାର,ଦେବୀ ପ୍ରସାଦ ପାଢୀ,ଶ୍ରୀ କୁମାର ପୁରୋହିତ,ବାଳକୃଷ୍ଣ ସାନ୍ତାରା,ଏସ୍.ରାମ କୃଷ୍ଣ ରେଡ୍ଡି,ବଳରାମ ମହାରଣା,ଶ୍ରୀକାନ୍ତ ନାୟକ,କୁଶ କୁମାର ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।


