ପାକଶାଳା ବଗିଚା ପାଇଁ ମଞ୍ଜି ବଣ୍ଟନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କୋଭିଡ-୧୯ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ତନ୍ମଧ୍ୟରୁ ପାକଶାଳା ବଗିଚା ଅନ୍ୟତମ ଅଟେ । ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତେସିଙ୍ଗା ପଞ୍ଚାୟତ ଠାରେ ପାକଶାଳା ବଗିଚା ପାଇଁ ବିଭିନ୍ନ କିସମର ମଞ୍ଜି ବିତରଣ କରାଯାଇଛି । ସରପଞ୍ଚ ଶ୍ରୀମତୀ ସଂଗୀତା ଖଣ୍ଡାଇଙ୍କ ଦ୍ୱାରା ପ୍ରାୟ ୬୦ଜଣ ହିତାଧିକାରୀଙ୍କୁ ବଗିଚା ପାଇଁ ମେଥି, ବାଇଗଣ, ଲଙ୍କା, କୋବି, ବୋଇତକଖାରୁ, ସଜନା, ମୂଳା, ଗାଜର, ମଟର, ଝୁଡଙ୍ଗ ମଞ୍ଚି ଆଦି ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ସେହିଭଳି ବିଷ୍ଣୁପୁର ଠାରେ ୬୦ଜଣ ହିତାଧିକାରୀଙ୍କୁ ମଞ୍ଚି ବଣ୍ଟନ କରାଯାଇଥିବା ଭାରପ୍ରାପ୍ତ ଉଦ୍ୟାନ ଅଧିଦର୍ଶକ ଗିରିଧାରୀ ଜେନା ସୂଚନା ଦେଇଛନ୍ତି । ଅଦ୍ୟାବଧି ରହଣିଆ, ଷୋଳମପୁର, ରାଜେନ୍ଦ୍ରପୁର, ପାଟୁଳି, ଦକ୍ଷିଣବାଡ ପ୍ରମୁଖ ପଞ୍ଚାୟତରେ ପାକଶାଳା ବଗିଚା ପାଇଁ ହିତାଧିକାରୀଙ୍କୁ ମଞ୍ଜି ଯୋଗାଯାଇଥିବା ସହକାରୀ ଉଦ୍ୟାନ ଅଧିକାରୀ ବିଜୟ କୁମାର ମାହୁନ୍ତଙ୍କ ଠାରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ