ସ୍କୁଲ ଭିତରେ ମଳ ବର୍ଷା ଘଟଣାର ତଦନ୍ତ କଲେ ବିଇଓ
ଛତ୍ରପୁର, (ଦେବଦତ୍ତ ମହାରଣା): ସ୍କୁଲ ଭିତରେ ମଳ ବର୍ଷା ହେବା ଘଟଣା ର ଆଜି ଖୋଦ ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ସୀତାରାମ ପାତ୍ର ସ୍କୁଲ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି । ଏ ସମ୍ପର୍କ ରେ ସ୍କୁଲ ର ଅଧ୍ୟୟନରତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଆଲୋଚନା କରିଥିଲେ l କଥାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଆଜି ତାଙ୍କ ଉପସ୍ଥିତ ମଧ୍ୟ କିଛି ଛାତ୍ରଛାତ୍ରୀଙ୍କ ଉପରେ ମଳ ଛିଟା ପଡ଼ିଥିବାର ସେ ନିଜେ ଖୋଦ ଏଭଳି ଘଟଣା ଘଟିଥିବାରୁ ସେ ବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି l ଏନେଇ ସେ ଏହାର ଅନୁସନ୍ଧାନ ନିମନ୍ତେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ l ସୋମବାର ଦିନ ପୋଲିସ ସାଇଣ୍ଟିଫିକ ଟିମ ପହଁଚି ଘଟଣା ର ତଦନ୍ତ କରିବ ବୋଲି କହିଥିବା ବିଇଓ ସୂଚନା ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ଗତକାଲି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦିନ ତମାମ ସ୍କୁଲ ଭିତରେ ପିଲାଙ୍କ ସାର୍ଟ ପ୍ୟାଣ୍ଟରେ ଅଚାନକ ମଳ ଲାଗିବା ସହ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଧ୍ୟ ମଳ ପଡିଥିଲା ।ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ସ୍କୁଲ ଯାଉନାହାନ୍ତି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଏହାର ସନ୍ଧାନ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସୁଫଳ ପାଇପାରିନଥିଲେ । ଘଟଣା ଗ୍ରାମବାସୀ ମାନଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ସ୍କୁଲରେ ପହଂଚି ଏଭଳି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ କେଉଁଠାରୁ ଏମିତି କିଛି ମଳ ଛିଟା ପଡୁଛି ଓ ଏହାର କାରଣ ଜଣାପଡିନାହିଁ । ଅନ୍ୟପଟେ ଏନେଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅବଗତ କରାଇଥିଲେ । ତେବେ ଏଭଳି ଘଟଣା ସ୍କୁଲର କର୍ମଚାରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ଚକିତ କରିଛି । ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଛି ।


