ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା :ରୁପେଶଙ୍କ ରଙ୍ଗଶାଳା ସିଲ୍ ,୧୪୪ ଜାରୀ
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁ ପରେ ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ (ରଂଗଶାଳା) କୁ ପ୍ରଶସନ ତରଫରୁ ସଂମ୍ପୂର୍ଣ୍ଣ ସିଲ୍ କରାଯାଇଛି । ଏହା ସହ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଘଟଣା ସ୍ଥଳରେ ୧୪୪ ଜାରୀ କରାଯାଇଛି । ରୁପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମିରେ ଅବସ୍ଥିତ ରହିଥିବାରୁ ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।ଏହା ପରେ ଘରକୁ ସିଲ୍ କରାଯିବା ସହ ୧୪୪ ଜାରୀ କରାଯାଇଛି ।


