ସ୍ୱତନ୍ତ୍ର ଏଡିଏମଙ୍କ ଅଚାନକ ଚାରି ପଞ୍ଚାୟତନ ଗସ୍ତ, ବାଣ୍ଟିଲେ ସଚେତନତା ଗୁରୁମନ୍ତ୍ର

ଛତ୍ରପୁର, (ଓ୍ବାଇଏନ୍ଏସ୍):ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ରୋକିବାକୁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଜିଲ୍ଲାପ୍ରଶାସନ ମଧ୍ୟ ବହୁ ପଦକ୍ଷେପ ଗ୍ରହଣ କରିଛି । ଆଉ ଟିକେ ଆଗକୁ ଯାଇ ଛତ୍ରପୁର ବ୍ଲକ ବିଭିନ୍ନ ସଚେତନ କାର୍ଯ୍ୟ ସହ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରଶାଦ ଦାଶଙ୍କ ସମେତ ବିଭିନ୍ନ ବର୍ଗର ଅଧିକାରୀ ମାନେ କରୋନା ଚେନ୍ କୁ ରୋକିବା ନିମନ୍ତେ ପଞ୍ଚାୟତ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟକରିଆସୁଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷୀକ ଡାକ୍ତର କାହ୍ନୁଚରଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ବ୍ଲକ ରେ ଅଧିକରୁ ଅଧିକ ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କିପରି କରାଯିବ । ଏହାସହ କୋରନାରୁ କିପରୀ ଲୋକମାନେ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରୁଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତର ,ନର୍ସ ଏବଂ କର୍ମଚାରୀ ଠାରୁ ଆରମ୍ଭ କରି ଏଏନଏମ, ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ ମାନେ କାର୍ଯ୍ୟକରୁଛନ୍ତି ।
ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଏହାର ନୀୟନ୍ତ୍ରଣ କରିବା ନିମନ୍ତେ କିଛି ଦିନ ତଳେ ରାଜ୍ୟସରକାରଙ୍କ ପକ୍ଷରୁ ଗଂଜାମ ଜିଲ୍ଲା କୁ ପଠାଯାଇଥିବା ଦୁଇଜଣ ଆଇଏଏସ ଅଫିସ ଙ୍କ ସମେତ କିଛି ଅଧିକାରୀ , ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଆସିଛନ୍ତି । ଛତ୍ରପୁର ସବଡିଭିଜନ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ତଥା ସ୍ୱତନ୍ତ୍ର ଏଡିଏମ ପାରୁଲ ପାଟୱାରୀ ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା, କାଳୀପଲ୍ଲୀ, ଶ୍ରୀରାମଚନ୍ଦ୍ରପୁର ଏବଂ ଚମାଖଣ୍ଡି ଗ୍ରାମପଞ୍ଚାୟତ ର କୋଭିଡ କେୟାର ହୋମ ଗୁଡିକ ପରିଦର୍ଶନ କରିଥିଲେ । କୋଭିଡ କେୟାର ହୋମ ଦାୟିତ୍ୱରେ ଥିବା ନୋଡାଲ ଅଫିସର, ସ୍ଥାନୀ ୟସରପଞ୍ଚ ଏବଂ କୋଭିଡ ମନିଟର ସମେତ ଏହି କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ମାନଙ୍କୁ କରୋନା ସଚେତନତା କିପରୀ ବୃଦ୍ଧି ପାଇବ ସେ ନେଇ ଦେଇଥିଲେ ଗୁରୁମନ୍ତ୍ର । ପଞ୍ଚାୟତ ଗୁଡିକରେ ଲୋକଙ୍କୁ ବ୍ୟାପକ ଭାବେ ସଚେତନତା କରାଯିବା ସହ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ସଚେତନତା କରାଇ କୋଭିଡ କେୟାର ହୋମରେ ଭର୍ତ୍ତି ରଖାଯିବ । ସେଠାରେ ସେମାନଙ୍କୁ ଉତ୍ତମ ଚିକିତ୍ସା ସହ ଖାଇବା ଠାରୁ ଆରମ୍ଭ କରି ସମସ୍ତ ସୁବିଧା କିପରୀ ରହିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି । ଖାସ୍ କରି ନିଷିଦ୍ଧାଞ୍ଚଳ ଗୁଡିକକୁ ଅଧିକ ଗୁରୁତ୍ୱ ଦେଇ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସାମାଜିକ ଦୂରତା , ମାସ୍ଥ ପରିଧ୍ୟାନ ଏବଂ ସାନିଟାଇଜର ଉପରେ ପଞ୍ଚାୟତ ପ୍ରତିନିଧୀ ଠାରୁ ଆରମ୍ଭ ୱାର୍ଡ କମିଟି ମେମ୍ବର , କୋଭିଡ ମନିଟର ମାନେ ସହଯୋଗ କରିବେ । ଏହି ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ , କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ, ଶ୍ରୀରାମ ଚନ୍ଦ୍ରପୁର ସରପଞ୍ଚ ରେବତୀ ପ୍ରଧାନ ଓ କାଳିପଲ୍ଲୀ ସରପଞ୍ଚ ଶ୍ରୀରାମଚନ୍ଦ୍ର ବେହେରାଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ