ସ୍ୱନକ୍ଷତ୍ର ଉତ୍ସବ ଓ ବନ୍ଧୁମିଳନ
ନିମାପଡ଼ା, (ଯୁଗାନ୍ଧ ନ୍ୟୁଜ):ଭୁବନେଶ୍ୱର ରୁ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ଆଞ୍ଚଳିକ ଖବର ର ୧୩ତମ ସ୍ୱ ନକ୍ଷତ୍ର ଅବସର ରେ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ବେଳାମାର୍ଗ ଠାରେ ଫୋକସ ପ୍ଲସ ମିଡ଼ିଆ ହାଉସ ପକ୍ଷରୁ ପରିବାର ମହୋତ୍ସବ ପାଳିତ ହୋଇଯାଇଛି।ମିଡ଼ିଆ ହାଉସ ର ମୁଖ୍ୟ ଯୁବ ସଂପାଦକ ସୁଧାଂଶୁ ଶେଖର ରାଉତ ଙ୍କ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ କୋଣାର୍କ ଏନ୍ ଏ ସି ର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ହାସ୍ୟକବି
ସମ୍ପଦ କୁମାର ରଥ, ଅବନିକାନ୍ତ ସାହୁ, ତରୁଣ ଦାସ, ଲକ୍ଷ୍ମୀକାନ୍ତ ସାହୁ, ମନୋଜ ବେହେରା ପ୍ରମୁଖ ଯୋଗ ଦେଇ ସାମ୍ୱାଦିକ ମାନଙ୍କୁ ସତ୍ୟ ଖବର ପ୍ରକାଶ କରି ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ଆହ୍ବାନ ଦେଇଥିଲେ।ଏହି ଅବସର ରେ ଫୋକସ ପ୍ଲସ,ଖବର ଲାଇଭ, ଆଞ୍ଚଳିକ ଖବର ର କୃତୀ ସାମ୍ୱାଦିକ ମାନଙ୍କୁ ଓ ନୂତନ ଭାବେ ଗଠିତ ଯାତ୍ରା ମୋହିନୀ ର କଳାକାର ମାନଙ୍କୁ ପ୍ରଶଂସାପତ୍ର କରଯାଇଥିଲା । ଯାତ୍ରା କଳାକାର ଓ ପରିବାର ର କୁନି କଳାକାର ମାନଙ୍କ ପକ୍ଷରୁ ନୃତ୍ୟ, ସଙ୍ଗୀତ, ହାସ୍ୟରସ ପରିବେଷଣ କରାଯାଇଥିଲା । ଆଞ୍ଚଳିକ ଖବର ର କାର୍ଯ୍ୟକାରୀ ସଂପାଦକ ଦେବାଶିଷ ମହାରଣା, ଫୋକସ ପ୍ଲସ ର କୋଣାର୍କ ପ୍ରତିନିଧି ଆଶିଷ ରଂଜନ ମିଶ୍ର, ସନ୍ତୋଷ ଦାଶ, ପ୍ରଭାସ କୁମାର ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ।