ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ଚଳଚଞ୍ଚଳ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସ୍ୱାଧୀନତା ଦିବସ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିଚ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସୀମିତ ଲୋକଙ୍କ ମଧ୍ୟରେ କରୋନା ଗାଇଡଲାଇନ ଅନୁସାରେ ସ୍ୱାଧୀନତା ଦିବସ ପାଳନ ହେବ । ମୁଖ୍ୟମନ୍ତ୍ରୀ ପତାକା ଉତୋଳନ କରିବେ । ଏଥିପାଇଁ ଆଜି ପରେଡ ରିହର୍ସଲ ଚାଲିଛି । କରୋନା କଟକଣାରେ ପାଳିତ ହେବାକୁ ଥିବା ଏହି ପରେଡ୍‌ ବେଳେ ସାଧାରଣ ଲୋକଙ୍କୁ ପଡ଼ିଆ ଭିତରକୁ ପଶିବାକୁ ଅନୁମତି ମିଳବ ନାହିଁ । ପ୍ରଦର୍ଶନୀ ପଡ଼ିଆକୁ ହାଇ-ଆଲର୍ଟ ଜୋନ୍ ଭାବେ କମିସନରେଟ୍‌ ପୁଲିସ ଘୋଷଣା କରିଛି । ପଡ଼ିଆ ଚାରି ପାଖ ବିଲ୍ଡିଂ ଓ ସରକାରୀ ପ୍ରତିଷ୍ଠାନ ସବୁକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ପୂର୍ବ ଭଳି ପରେଡ୍‌ରେ ୪୬ଟି ଦଳକୁ ଭାଗ ନେବାକୁ ଅନୁମତି ମିଳିଛି । ଉତ୍ସବରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ନେଇ ପ୍ରାୟ ୫୦ ଜଣ ଅତିଥି ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ