ସ୍ୱାସ୍ଥ୍ୟ ଉପକାରୀ କଳାଜିରା
ସାଧାରଣତଃ କଳାଜିରା ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ । ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ।
୧. ଥଣ୍ଡା,କାଶ, କଫ ଦୂର ପାଇଁ କଳାଜିରା ବହୁ ଲାଭଦାୟକ । ଅଳ୍ପ କିଛି କଳା ଜିରାକୁ ଭାଜି ତାହାକୁ କପଡ଼ାରେ ବାନ୍ଧି ଶୁଙ୍ଘିଲେ ଏସବୁ ସମସ୍ୟା ଦୂର ହୋଇଥାଏ ।
୨. କଳାଜିରା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଆଣ୍ଟି ମାଇକ୍ରୋବିୟଲ ନାମକ ଏକ ତତ୍ତ୍ୱ ରହିଛି । କିଛି କଳାଜିରା ପାଟିରେ ପକାଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
୩. ମୁଣ୍ଡ ବିନ୍ଧା ସମୟରେ କିଛି କଳା ଜିରାକୁ ସୋରିଷ ତେଲରେ ପକାଇ ଗରମ କରି ମୁଣ୍ଡରେ ମାଲିସ କଲେ ମୁଣ୍ଡ ବିନ୍ଧା କମି ଯାଇଥାଏ । ସେହିପରି ଦାନ୍ତ ବିନ୍ଧୁଥିବାବେଳେ ମଧ୍ୟ ଗରମ ପାଣିରେ ଏହି ତେଲ କିଛି ବୁନ୍ଦା ପକାଇ କୁଳି କଲେ ଆରାମ ମିଳିଥାଏ ।


