ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ ୧୬୭ ଜଣ ସ୍ୱେଚ୍ଛାସେବୀ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଅଗଷ୍ଟ ୯ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ (ବିଜେଡି) ର ‘ଓଡିଶା ମୋ ପରିବାର’ ଜୀବନ ବିନ୍ଦୁ ପକ୍ଷରୁ ୨୯ଟି ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ସପ୍ତାହ ବ୍ୟାପି ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ଆୟୋଜିତ ହୋଇଯାଇଛି । କୋଭିଡ୍‌-୧୯ ସଂକ୍ରମଣ ମହାମାରୀ ହେତୁ ବ୍ଳବ୍‌ବ୍ୟାଙ୍କ ମାନଙ୍କରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ବିଜେଡି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ସ୍ଥାନୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବୀରକୁ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଉଦ୍‌ଘାଟନˆରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ୱୀପ ବିଧାୟକ ସମ୍ବିତ୍ ରାଉତରାୟ, ଓଡିଶା ମୋ ପରିମାର ଜିଲ୍ଲା ସଂଯୋଜକ ମଧୁସୁଦନ ସାହୁ, ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରମୋଦ କିଶୋର ଜେନା, ରାଜ୍ୟ ପରିଷଦ ସଦସ୍ୟ ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ, ବିଜେଡି ନେତା କୁମରବର ନାୟକ, ଆଇନ୍‌ଜୀବୀ ସୁରେଶ ଚନ୍ଦ୍ର ଦାସ, ଶଙ୍କର ରାଉତ,ଯ୍ୟୋତିକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ଥର ପ୍ରଥମ ଥର ପାଇଁ ୧୫ଜଣ କିନ୍ନର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିର କଟକ ରକ୍ତ ଭଣ୍ଡାର ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏବାଂ ସର୍ବମୋଟ ୧୬୭ଯୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବିଜେଡି ପାରାଦ୍ୱୀପ ନଗର ସଭାପତି ବସନ୍ତ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଆଲୋକ ମହାପାତ୍ର, ନିରଞ୍ଜନ ରାଉତ, ଉଲ୍ଲାସ ବିଶ୍ୱାଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ