ସମାଜସେବୀ ଶତୃଘ୍ନ ରାଉତଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓରାଳି ଗ୍ରାମର ବିଶିଷ୍ଟ ସମାଜସେବୀ ଶତୃଘ୍ନ ରାଉତଙ୍କ ୬୨ବର୍ଷ ବୟସରେ ପରଳୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ଓରାଳି ଗ୍ରାମର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଜଡିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଓରାଳି ଖବର ପ୍ରଚାରିତ ହେବାମାତ୍ରେ ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଶିଷ୍ଟ ଶିଳ୍ପପତି ଅଲେଖ ଚନ୍ଦ୍ର ମଲ୍ଲିକ, ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ପୁର୍ବତନ ସରପଞ୍ଚ ଅରୁଶ କୁମାର ପ୍ରଧାନ, ସମାଜସେବୀ ସୁଧାଶୁଂ ଦକ୍ଷିଣରାୟ,ରମେଶ ଚନ୍ଦ୍ର ବାରିକ, ପ୍ରତାପ ଚନ୍ଦ୍ର ଜେନା, ଅଶୋକ କୁମାର ପଟ୍ଟନାୟକ, ଦେବବ୍ରତ ବେହେରା, ଶଶିକାନ୍ତ ରାଉତ, ଜିତେନ୍ଦ୍ର ଜେନା, ଦିପୁନୁ ସାହୁ, କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ, ପ୍ରତାପ ସାମଲ, କଳାକାର ରାଉତ, ଅଜୟ କୁମାର ପହି, ଆନନ୍ଦ ନାୟକ, ଲୋକନାଥ ନାୟକ, ପ୍ରଦୁ୍ୟମ୍ନ ନାୟକ, ଟିଲଶ ପଟ୍ଟନାୟକ, ସୁବ୍ରତ ପଟ୍ଟନାୟକ, ନିକୁଞ୍ଜ ବିହାରୀ ପଟ୍ଟନାୟକ, ପ୍ରଦୀପ ରାଉତ, ହାଟଡିହିର ପୁର୍ବତନ ସରପଞ୍ଚ ବାସନ୍ତୀ ପରିଡା, ପ୍ରଶାନ୍ତ ରାଉତ, କାଳନ୍ଦୀ ସାହୁ, ଫକିର ଚରଣ ରାଉତ, ଶରତ ସେଠୀ, ଦୟାନିଧି ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଓରାଳିସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଶରତ କୁମାର ରାଉତ ମୁଖାଗ୍ନି ଦେଇଥିଲେ । ଗାଁର ଶହଶହ ଲୋକ ଓ ବନ୍ଧୁ ପରିଜନ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ