ହକି ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ହକି ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି l ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟ ଓ ରାୟଗଡ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ଠାରେ ହକି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଲିଙ୍ଗରାଜ ପଣ୍ଡା ରାୟଗଡ ବ୍ଲକ କାର୍ଯ୍ୟାଳୟରେ ପହଂଚି ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ ହକି ବେଟ ପ୍ରଦର୍ଶନ କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ ଡ଼ିଆରଡିଏ ପିଡି ମହେଶ୍ଵର ନାୟକ, ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ନଟବର ବରାଡ , ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ନାଭାଲ ହକି ଏକାଡମୀ ର ସଂଯୋଜକ ଶେଖର ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ପ୍ରିୟଦର୍ଶି ମିଶ୍ର ଓ ଧିରେନ୍ଦ୍ର କୁମାର ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ I


