ହଜିଥିବା ଶିକ୍ଷାଗତ ପ୍ରମାଣପତ୍ର ଫେରସ୍ତ କରାଯିବାକୁ ଦାବି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ଗ୍ରାମର ସୌରଭ କୁମାର ମଣ୍ଡଳ ପିତା ମୁକ୍ତେଶ୍ବର ମଣ୍ଡଳ’ଙ୍କ ଦତ୍ତ ରେସିଡେନସିଆଲ ହାଇଆର ସେକଣ୍ଡାରୀ ସ୍କୁଲ, ବାରିପଦା ର +୨’ ଶିକ୍ଷାଗତ ପ୍ରମାଣପତ୍ର ର ପ୍ରଭିଜୋନାଲ ସାର୍ଟିଫିକେଟ(ପ୍ରମାଣପତ୍ର) ଓ ମାର୍କସିଟ(ମୁଲ୍ୟାଙ୍କନ) ପ୍ରମାଣପତ୍ର ଗତ ଚଳିତ ମାସର ଗତ ୧୧’ତାରିଖ ଦିନ ବହଳଦା ଶ୍ୟାମ ଜେରକ୍ସ ଓନଲାଇନ୍ ସେଣ୍ଟରରେ ଆବଶ୍ୟକୀୟ କାମ ସାରି ଫେରିଲା ବେଳକୁ ଭୂଲ୍ ବଶତଃ ଉକ୍ତ ଦୁଇଟି ପ୍ରମାଣପତ୍ର ଛାଡି ପଳାଇ ଆସିଥିଲେ । ପରେ ଏହା ଜାଣିପାରି ଶ୍ୟାମ ଜେରକ୍ସ ସେଣ୍ଟରରେ ଯୋଗାଯୋଗ କରିଥିଲେ ହେଲେ ସେଠାରେ ଅନ୍ୟାନ୍ୟ କାମ ପାଇଁ ଆସିଥିବା ଛାତ୍ରଛାତ୍ରୀ ମାନେ ଭୂଲ ବଶତଃ ଉକ୍ତ ପ୍ରମାଣପତ୍ର ଦୁଇଟିକୁ ନେଇ ଯାଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଉକ୍ତ ପ୍ରମାଣପତ୍ର ଦ୍ବୟ ଯେଉଁ ବ୍ୟକ୍ତି’ଙ୍କ ପାଖରେ ଭୂଲ୍ ବଶତଃ ଯାଇଥିବ ସେସବୁ ଫେରସ୍ତ କରାଯିବାକୁ ପ୍ରମାଣପତ୍ର ର ପ୍ରକୃତ ଅଧିକାରୀ ସୌରଭ କୁମାର ମଣ୍ଡଳ ଏବଂ ତାଙ୍କ ପିତା ମୁକ୍ତେଶ୍ବର ମଣ୍ଡଳ ସବିନୟ ଅନୁରୋଧ କରିଛନ୍ତି।ଉକ୍ତ ପ୍ରମାଣପତ୍ର ଗୁଡିକ ଶ୍ୟାମ ଜେରକ୍ସ ସେଣ୍ଟରରେ ଫେରସ୍ତ କରାଯିବାକୁ କିମ୍ବା ମୋବାଇଲ ନଂ ୮୨୬୦୬୨୧୦୫୨’ ଓ ୯୫୮୩୧୮୪୮୧୭’ ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ପ୍ରମାଣପତ୍ର ଫେରସ୍ତ କରାଯିବା ବ୍ୟକ୍ତି ବିଶେଷ’ଙ୍କୁ ସାନ୍ତ୍ବନା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପିତା ମୁକ୍ତେଶ୍ବର ମଣ୍ଡଳ ପ୍ରକାଶ କରିଛନ୍ତି।


