ହତ୍ୟା ଘଟଣାରେ ସ୍ତ୍ରୀ ଗିରଫ
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ନିକଟରୁ ଜାନୁୟାରୀ ୧ ତାରିଖରେ ଜଣେ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ପୋଲିସ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ନିବେଦିତା ନାୟକଙ୍କୁ ଗିରଫ କରିଛି । ପ୍ରେମ ଜନିତ ସଂପର୍କରୁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବା ନିମନ୍ତେ ୩ ଜଣଙ୍କୁ ୩୦ହଜାର ଟଙ୍କାରେ ସୁପାରିକିଲର ଦେଇଥିଲେ । ଏହା ପରେ ଡିସେମ୍ବର ୩୧ ତାରିଖ ଜିରୋନାଇଟ ପାଳନ କରି ଘରକୁ ଫେରୁଥିବା ସମୟରେ ସେଦିନ ରାତିରେ ଲୁଗାରେ ଗୁଡାଇ ସ୍ତ୍ରୀ ଓ ପ୍ରେମିକ ସମେତ ୩ ଜଣ ସୁପାରିକିଲର ମିଶି ଅତି ନିର୍ଦୟ ଭାବେ ହତ୍ୟା କରି ଆଣି ଅଡବା ଥାନା ନିକଟରେ ଫୋପାଡି ଦେଇଥିଲେ । ପୋଲିସ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ପତ୍ନୀଙ୍କୁ ଗିରଫ କରିଥ୍ôବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶିଘ୍ର ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ସଂପୃକ୍ତ ପ୍ରେମିକ ଓ ୩ ଜଣ ସୁପାରିକିଲରଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଏସପି ସୀତାରାମ ଶତପଥ୍ô ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


