ହରପ୍ରୀୟା ମହାନ୍ତିଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ବିଶିଷ୍ଟ ଆଇନଜୀବି ସ୍ୱର୍ଗତ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନୀ ହରପ୍ରୀୟା ମହାନ୍ତିଙ୍କର ୯୨ବର୍ଷ ବୟସରେ ଗୁରୁବାର ତାଙ୍କ ଭରତପୁରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଝିଅ ସୁଭ୍ରା ମାହାନ୍ତି, ଜ୍ୱାଇଁ ଚଣ୍ଡିଚରଣ, ନାତୁଣି କୁଇନ ଓ କୁଇଟ ପ୍ରଭୃତି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ମିଷ୍ଟଭାଷି ମହିଳା ଥିଲେ । ତାଙ୍କ ବିୟୋଗ ଖବରପାଇ ଦିଅର ଅବସରପ୍ରାପ୍ତ ବନ ଅଧିକାରୀ ରମେଶଚନ୍ଦ୍ର ମହାନ୍ତି, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ତଥା ପୁତୁରା ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନକରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମ୍ୟ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଉତ୍କଳରଞ୍ଜନ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ