ହସ୍ପିଟାଲ୍ର ୩୬ ଜଣ ନର୍ସ ହେଲେ ଅନ୍ତସତ୍ତ୍ୱା, ଡିସେମ୍ବରରେ ହେବ ସମସ୍ତଙ୍କ ପ୍ରସବ

ଶୀର୍ଷକଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଗୋଟିଏ ବର୍ଷରେ ଗୋଟିଏ ହସ୍ପିଟାଲ୍ର ୩୬ଜଣ ନର୍ସ ଅନ୍ତସତ୍ତ୍ୱା ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ନର୍ସମାନଙ୍କ ଫଟୋ ବି ସାମ୍ନାକୁ ଆସିଛି । ଏହି ଘଟଣା ଆମେରିକାର ମିସୁରି କନସାସ୍ ସିଟିର ବୋଲି ଜଣାପଡ଼ିଛି । ସେଠାକାର ଚିଲଡ୍ରେନ୍ ମର୍ସିି ହସ୍ପିଟାଲରେ ଅନ୍ତସତ୍ତ୍ୱା ଥିବା ସମସ୍ତ ନର୍ସ ଇଣ୍ଟେସିଭ୍ କେୟାର ୟୁନିଟରେ କାମ କରନ୍ତି । ଇତିମଧ୍ୟରେ ୨୦ଜଣ ଅନ୍ତସତ୍ତ୍ୱା ନର୍ସଙ୍କ ପ୍ରସବ ହୋଇସାରିଛି । ଚଳିତ ବର୍ଷ ଶେଷ ଆଡକୁ ବାକି ଅନ୍ତସତ୍ତ୍ୱା ନର୍ସଙ୍କ ପ୍ରସବ ହେବ । ଏଯାବତ୍ ଜନ୍ମ ନେଇଥିବା ୨୦ ଶିଶୁଙ୍କ ମଧ୍ୟରେ ୨ଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ହସପିଟାଲ୍ରେ ୩୬ ଜଣ ନର୍ସ ଏକାସହିତ ଛିଡ଼ା ହୋଇଥିବାର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଶିଶୁକୁ ଜନ୍ମ ଦେଇଥିବା ଅନ୍ୟ ନର୍ସମାନେ ବି ସାମିଲ ଅଛନ୍ତି । ତେବେ ହସ୍ପିଟାଲ୍ ଏହା ସ୍ପଷ୍ଟ କରି ନାହିଁ କି ଇଣ୍ଟେସିଭ୍ କେୟାର ୟୁନିଟ୍ରେ ସର୍ବମୋଟ କେତେ ଜଣ ନର୍ସ କାମ କରନ୍ତି । ହସ୍ପିଟାଲ ଅସୁସ୍ଥ ଓ ପ୍ରିମେଚ୍ୟୁୟୋର ଭାବେ ଜନ୍ମ ନେଉଥିବା ଶିଶୁ ପାଇଁ ବି ଏକ ସ୍ୱତନ୍ତ୍ର ୟୁନିଟ୍ ବି ଗଠନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ