ହାଇୱା -ସ୍କୁଟି ଧକ୍କା ! ମହିଳା ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅନ୍ତର୍ଗତ ଜାରକାଣି ପଞ୍ଚାୟତର ରୁଗୁଡିହି ଗ୍ରାମ୍ଯ ରାସ୍ତାରେ ଏକ ହାଇୱା ସହ ସ୍କୁଟି ଧକ୍କାରେ ସ୍କୁଟି ଆରୋହୀ ଜନୈକ ମହିଳାଙ୍କର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ଯ ରବିବାର ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ରୁଗୁଡିହି ଗ୍ରାମର ପ୍ରହ୍ଲାଦ ବିନ୍ଧାଣିଙ୍କ ସ୍ତ୍ରୀ ସୂର୍ଯ୍ଯମଣି ବିନ୍ଧାଣି(୩୮) ଏବଂ ତାଙ୍କ ପୁଅ ଏକ ସ୍କୁଟି ଯୋଗେ ବହଳଦା ବଜାରକୁ ଯାଉଥିଲେ ।ରୁଗୁଡିହି ଗାଁ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ଓଡି୧୧ଯେ ୧୫୩୬ ସହ ଧକ୍କା ହୋଇଥିଲା ।ପଛ ଚକାରେ ମହିଳା ବାଡେଇ ହୋଇ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସପିଟାଲ୍କୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ଜାମଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଏକ ମାମଲା କେଶ ନଂ ୫/୨୧ ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ