ହାଟଡିହିରେ ବିଜେପିର ସାଗଠନିକ ବୈଠକ, ହୀରାବେନ ମୋଦୀଙ୍କ ପାଇଁ ଶୋକସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବିଜେପି କାର୍ଯ୍ୟାଳୟ ଠାରେ ବିଜେପିର ଏକ ସାଙ୍ଗଠନିକ ବୈଠକ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ନେତା ଆଲୋକ ସେଠୀ, ନମାମୀ ଗଙ୍ଗେର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ବୁଦ୍ଧିଜିବୀ ପ୍ରକୋଷ୍ଠର ସଂଯୋଜକ ଶମ୍ବୁନାଥ ରାଉତ, ବରିଷ୍ଠ ନେତା ଭଗବାନ ସାହୁ, ରାମଚନ୍ଦ୍ର ସାହୁ, ବିବେକାନନ୍ଦ ରାଉତ, ନିରାକାର ଦଳେଇ, ଚିତ୍ତରଞ୍ଜନ ଜେନା, ମଣ୍ଡଳ ସଭାପତି ହରମୋହନ ଶାସିନି, ବଳଭଦ୍ର ବାରିକ, ଅନାଦି ସାହୁ, ଶଶିକାନ୍ତ ରାଉତ, ପ୍ରଶାନ୍ତ ମହାପାତ୍ର, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ହେମନ୍ତ ମହାନ୍ତଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ ମୋଦୀଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଦୁଇ ମିନିଟ ନୀରବପ୍ରାର୍ଥନା କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ପରେ ଦଳର ସାଗଠନିକ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋଚନା କରାଯିବା ସହିତ ଆଗାମି ନିର୍ବାଚନକୁ ଆଖିଆଗରେ ରଖି ଦଳକୁ କିପରି ସୁଦୃଢ଼ କରାଯିବ ସେନେଇ ଆଲୋଚନା କରି ଆଗାମି ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ