ହାଟଡିହିରେ ଭିନ୍ନକ୍ଷମ ପ୍ରମାଣପତ୍ର ଶିବିର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଭିନ୍ନକ୍ଷମ ପ୍ରମାଣପତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ବିନୀତା ବିଜୟିନୀ ଉଦ୍ଘାଟେନ କରିଥିବାବେଳେ ଏହି ଶିବିରରେ ଅସ୍ଥିସଲ୍ୟ, ଚକ୍ଷୁ, ନାଶା, ଗଳା, କର୍ଣ୍ଣ, ମୁକବଧିର ଓ ମାନସିକ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ୧୮୭ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ନାୟକ, ଅବିନାଶ ପତି, ରାଜେଶ କୁମାର ସାହୁ, ମୁଖ୍ୟ କିରାଣୀ ଶ୍ରବଣ କୁମାର ପରିଡା, ଭୁବନେଶ୍ୱର ମହାପାତ୍ର, ହରେକୃଷ୍ଣ ପ୍ରଧାନ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ ପିଇଓ, ଜିଆରଏସ ଏବଂ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ବିନିତା ବିଜୟନ୍ତୀ, ହାଟଡିହି ସରପଞ୍ଚ ଚିନ୍ମୟ ନାୟକଙ୍କ ଦ୍ୱାରା ଅନେକ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ