ଜିଲ୍ଲା ଦକ୍ଷତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ଦକ୍ଷତା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ଗଠିତ ହୋଇଥିବା ଜିଲ୍ଲା ଦକ୍ଷତା କମିଟିର ଆଭିମୁଖ୍ୟ ଏବଂ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ କମିଟିର ସଦସ୍ୟ-ସଦସ୍ୟାମାନେ ଜିଲ୍ଲାର ଯୁବକ-ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ନୀତିକୁ କିଭଳି କାର୍ଯ୍ୟକାରୀ କରାଇବେ ଏବଂ ନିଜ ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ସେ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାର ଯୁବକ-ଯୁବତୀମାନଙ୍କର କେଉଁ କ୍ଷେତ୍ରରେ ଦକ୍ଷତାର ଅଭାବ ରହିଛି ତାହାର ଆକଳନ କରିବା ଏବଂ ଜିଲ୍ଲା ଦକ୍ଷତା ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ନିମାଇଁ ଚରଣ ମହାନ୍ତି ଦକ୍ଷତା ବିକାଶ ପାଇଁ ଜିଲ୍ଲାର ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଯୋଜନା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ତାଙ୍କୁ ଜିଲ୍ଲା ଦକ୍ଷତା ବିକାଶ ସଂଯୋଜିକା ଶ୍ରୀମତୀ ଭାରତୀ ମହାପାତ୍ର ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଡି, ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଜିଏମ,ଡିଆଇସି ଶ୍ରୀ ଏସ.ଏନ.ପଟ୍ଟନାୟକ, ସରକାରୀ ଆଇ.ଟି.ଆଇ. ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ କୁସୁମମାଳା ମିଶ୍ର, ଓରମାସ ଡେପୁଟୀ ସିଇଓ ଶ୍ରୀ ଜେ.କେ.ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ