ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପାଠଚକ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଗୁରୁବାର ଓଡ଼ିଆ ବିଭାଗର ଏକ ପାଠଚକ୍ର ବୀଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼ଃ. ଭାସ୍କର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜିତ କୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅଧ୍ୟାପକ ଜଗନ୍ନାଥ ମହାପାତ୍ର ଓ ଅଧ୍ୟାପିକା ଡ଼ଃ. ସଙ୍ଗିତା ମିଶ୍ର ଯୋଗଦେଇ ବିଶିଷ୍ଟ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାହିତ୍ୟ ଏକ ଅଧ୍ୟୟନ ବିଷୟ ଆଧାରିତ ନେଇ ପାଠଚକ୍ରରେ ଆଲୋଚନା କରାଯାଇଥିଲା । ପ୍ରତିମା ବେହେରା, ନନ୍ଦିନି ପାଢି, ଶ୍ରୀମନ୍ତ ବେହେରା ପାଠଚକ୍ରରେ ଅଂଶଗ୍ରହଣ କରି କବିତା ପାଠ କରିଥିଲେ । ପବିତ୍ର ପାତ୍ର, ସଂଗ୍ରାମ ଗୌଡ,଼ବିକ୍ରମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗୀୟ ବହୁ ଛାତ୍ର, ଛାତ୍ରୀ ପାଠଚକ୍ରରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ