ଦୀପାବଳୀ ରେ ଡବଲ ଧମାକା
(ଯୁଗାବ୍ଦ ନ୍ୟୁଜ) ପବିତ୍ର ଦୀପାବଳୀ ଅବସରରେ ଦର୍ଶକ ମାନଙ୍କ ପାଇଁ ଭେଟିଦେବ ବଲିଉଡ ର ନାମିଦାମି କଳାକାର ଅକ୍ଷୟ କୁମାର ଓ ରାଜକୁମାର । ଅକ୍ଷୟ କୁମାର ଲଗାଇବେ ‘ହାଉସ୍ଫୁଲ-୪ ‘ ଜରିଆରେ କମେଡିର ତଡ଼କା, ଏବଂ ରାଜକୁମାର ରାଓ ଅଭିନୀତ ‘ମେଡ ଇନ୍ ଚାଇନା ‘ ମଧ୍ୟ ଦର୍ଶକଙ୍କୁ ଯୋଗାଇଦେଵ ଖୁବସାରା ମନୋରଞ୍ଜନ। ଫିଲ୍ମକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ବହୁମାତ୍ରାରେ ଉତ୍ସାହ ଦେଖାଦେଇଥିବାବେଳେ ରିଲିଜ ପରେ ଅକ୍ଷୟ-ରାଜକୁମାରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ସୂଚନା ମିଳୁଛି। ହାଉସଫୁଲ ସିରିଜର ଅନ୍ୟ ଚଳଚିତ୍ର ଭଳି ‘ହାଉସ୍ଫୁଲ-୪ ‘ର ଟ୍ରେଲର ରିଲିଜ ହେବା ପରେ ପ୍ରଶଂସକମାନେ ଏହାକୁ ବହୁମାତ୍ରାରେ ପସନ୍ଦ କରୁଛନ୍ତି। ସେହିଭଳି ଅନ୍ୟପଟେ ରାଜକୁମାର ରାଓଙ୍କ ‘ମେଡ ଇନ୍ ଚାଇନା ‘ ରହିଛି ଏକ ଭିନ୍ନଧରଣର ହାସ୍ୟରସାତ୍ମକ ଫିଲ୍ମ।ଯେଉଁଠି ଗୁଜରାଟର ଜଣେ ବ୍ୟବସାୟୀଙ୍କ ଜୀବନକାହାଣୀକୁ ଏକ ମନୋରଞ୍ଜନଧର୍ମୀ ମାଧ୍ୟମରେ ପ୍ରକାଶ କରାଯାଇଛି। ରାଜକୁମାରଙ୍କ ପୂର୍ବ ସମସ୍ତ ଫିଲ୍ମ ଭଳି ଏହା ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଅନୁମାନ କରାଯାଉଛି।


