ଗଜପତିଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ବିଶ୍ୱ ଏଡସ୍ ଦିବସ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଅନ୍ଲାଇନ୍ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା ଅଧ୍ୟକ୍ଷତା କରି ବିଶ୍ୱ ଏଡ୍ସ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥଲେ । ଏଡ୍ସ ରୋଗୀ ପାଇଁ ରହିଥିବା ମାଗଣା ଆଇନ ସେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏଡସ୍ ବ୍ୟାପିବାର ମୂଳ କାରଣ ଓ ଏହା କିପରି ବ୍ୟାପୀ ଏବଂ ଏଥି ପ୍ରତି କିପରି ସତର୍କତା ଅବଲମ୍ବନ କରିପାରିବେ ସେ ଉପରେ ଚର୍ଚ୍ଚା କରାଯାଇଥିଲା । ଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟପକ୍ଷରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା ଯୋଗଦେଇ ସାରା ବିଶ୍ୱରେ ବୃଦ୍ଧିପାଉଥିବା ଏଡସ୍ ରୋଗକୁ ରୋକିବା ପାଇଁ ସଚେତନତା ଅବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମେ ମହେନ୍ଦ୍ର କୁମାର ଭୂୟାଁ, ଆଇନଜୀବୀ ବୃନ୍ଦ, ପାରାଲିଗାଲ ସ୍ୱେଚ୍ଛାସେବୀ ଇତ୍ୟାଦି ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକାରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।


