ହେମାମାଳିନୀଙ୍କ ବିଉଟି ସିକ୍ରେଟ୍
କେତେକ ମହିଳା ବଲିଉଡ୍ ଅଭିନେତ୍ରୀଙ୍କ ଏତେ ବଡ଼ ପ୍ରଶଂସକ ହୋଇଥାନ୍ତି ଯେ ସେମାନେ ନିଜେ ସେମାନଙ୍କ ଭଳି ବଞ୍ଚିବାକୁ ପସନ୍ଦ କରନ୍ତି। ବିଶେଷକରି ମହିଳାମାନେ ହେମାମାଳିନୀ ଓ ରେଖାଙ୍କ ଭଳି ଏଭରଗ୍ରୀନ୍ ବିଉଟିଫୁଲ୍ ମହିଳାଙ୍କଠାରୁ ବେଶ୍ ପ୍ରଭାବିତ ହୋଇଥାନ୍ତି। ଏହି ଦୁଇ ଅଭିନେତ୍ରୀ ଏବେ ବି ନିଜ ସୌନ୍ଦର୍ଯ୍ୟ ଓ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚାଲନ୍ତୁ ଜାଣିବା ହେମାମାଳିନୀଙ୍କ ବିଉଟି ଓ ଫିଟ୍ନେସ୍ ସିକ୍ରେଟ୍ ସମ୍ପର୍କରେ।
ଚର୍ମର ଯତ୍ନ : ହେମା ତ୍ବଚା ପାଇଁ ଅଧିକାଂଶ ପ୍ରାକୃତିକ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ସେ ତାଙ୍କ ଚର୍ମରେ ପ୍ରତ୍ୟେକ ଦିନ ଅରୋମା ଅଏଲ ଓ କଞ୍ଚା କ୍ଷୀର ବ୍ୟବହାର କରନ୍ତି। ଏହାବ୍ୟତୀତ ସେ ରାତିରେ ଶୋଇବା ପୂର୍ବରୁ ଚେହେରାରେ ଅଭେଦା ଆୟୁର୍ବେଦିକ କ୍ରିମ୍ ଲଗାଇବାକୁ ଭୁଲନ୍ତିନି।
କେଶର ଯତ୍ନ : କେଶର ଯତ୍ନ ନେବା ପାଇଁ ହେଉ ବା ଚାପ କମ୍ କରିବା ପାଇଁ ହେମା କେଶରେ ନଡ଼ିଆ ତେଲ ଓ ତୁଳସୀ ଡ୍ରପ୍ସ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ହେମାଙ୍କ ଅନୁସାରେ ଏହି ତେଲ ଲଗାଇବା ଫଳରେ ସେ ବେଶ୍ ଚାପମୁକ୍ତ ଅନୁଭବ କରନ୍ତି। ଯାହାଫଳରେ ତାଙ୍କୁ ରାତିରେ ଭଲ ନିଦ ହୋଇଥାଏ। ତାଙ୍କ କହିବାନୁସାରେ ସ୍ବାସ୍ଥ୍ୟକର କେଶ ଓ ତ୍ବଚା ପାଇଁ ରାତିରେ ଆରାମରେ ଶୋଇବା ବହୁତ ଆବଶ୍ୟକ।
ଡାଏଟ୍ ପ୍ଲାନ୍ : ହେମାଙ୍କ କହିବାନୁସାରେ ଚେହେରାର ଚମକ ଅକ୍ଷୂଣ୍ଣ ରଖିବା ଲାଗି ଆପଣଙ୍କ ଡାଏଟ୍ ପରଫେକ୍ଟ ହେବା ନିହାତି ଆବଶ୍ୟକ। ନିଜ ତ୍ବଚାକୁ ଟାଇଟ୍, ଫିଟ୍ ଏବଂ ସୁସ୍ଥ ରଖିବା ଲାଗି ହେମା ପ୍ରତ୍ୟେକ ଦିନ ସନ୍ତୁଳିତ ଆହାର ସେବନ କରନ୍ତି। ତାଙ୍କ ବ୍ରେକ୍ଫାଷ୍ଟରୁ ଆରମ୍ଭ କରି ଲଞ୍ଚ ଓ ଡିନରରେ ଭରପୂର ମାତ୍ରାରେ ପୋଷକତତ୍ତ୍ବ ରହିଥାଏ। ହେମା ପ୍ରତ୍ୟେକ ଦିନ ଦହି ଓ ପନୀର ନିହାତି ଭାବେ ସେବନ କରନ୍ତି।
ପ୍ରାଣାୟମ ଓ ଯୋଗ : ହେମା ପ୍ରତ୍ୟେକ ଦିନ ୪୫ ମିନିଟ୍ ଯୋଗ କରନ୍ତି। ଏହାବ୍ୟତୀତ ସେ ୱାକ୍ ଓ ଡ୍ୟାନ୍ସ ପାଇଁ ମଧ୍ୟ ନିହାତି ଭାବେ ସମୟ ବାହାର କରନ୍ତି। ହେମା କହନ୍ତି, ଡ୍ୟାନ୍ସ ତାଙ୍କୁ ଅଧିକ ଆକ୍ଟିଭ୍ ରଖିଥାଏ। ପିଲାଦିନୁ ଡ୍ୟାନ୍ସ କରିବା ବହୁତ ପସନ୍ଦ ଥିଲା। ହେମାଙ୍କ କହିବାନୁସାରେ ବ୍ୟକ୍ତିଙ୍କୁ ସବୁବେଳେ ନିଜ ସଉକ ଅକ୍ଷୂଣ୍ଣ ରଖିବା ଉଚିତ। ଯାହା ବ୍ୟକ୍ତିଙ୍କୁ ଶୀଘ୍ର ବୟସ୍କ ଓ କମ୍ଜୋର ହେବାକୁ ଦିଏ ନାହିଁ।
ସାଇକ୍ଲିଙ୍ଗ : ଯୋଗ ବ୍ୟତୀତ ହେମା ସାଇକେଲ ବି ଚଲାନ୍ତି। ଏହି କାରଣରୁ ଏବେ ୭୧ ବର୍ଷ ବୟସରେ ବି ତାଙ୍କ ଶରୀର ପୂରାପୂରି ଟୋଣ୍ଡ ରହିଛି।
ଉପବାସ : ହେମାମାଳିନୀଙ୍କ କହିବାନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫିଟ୍ ଏଣ୍ଡ ଆକ୍ଟିଭ୍ ରଖିବା ଲାଗି ସପ୍ତାହରେ ଦୁଇଥର ଉପବାସ ରହିବା ଉଚିତ। ଏପରି କରିବା ଦ୍ବାରା ଶରୀରରେ ଥିବା ବିଷାକ୍ତ ସେଲ୍ସ ଆପେ ଆପେ ମରି ଯାଆନ୍ତି। ଏଥିସହିତ ଉପବାସ କରିବା ଫଳରେ ଆପଣ ନିଜକୁ ଫିଟ୍ ଓ ଆକ୍ଟିଭ୍ ଅନୁଭବ କରିଥାନ୍ତି। ଏହାଥିଲା ଫିଲ୍ମ ଜଗତର ସୁନ୍ଦରୀ ଅଭିନେତ୍ରୀ ହେମାମାଳିନୀଙ୍କ ଡେଲି ରୁଟିନ୍। ଯଦି ଆପଣ ମଧ୍ୟ ନିଜକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ୟଙ୍ଗ ଓ ବିଉଟିଫୁଲ ଦେଖାଯିବାକୁ ଚାହୁଛନ୍ତି, ତେବେ ତାଙ୍କ ୱାର୍କଆଉଟ୍ ଓ ଡାଏଟ୍ ପ୍ଲାନ୍ ଅନୁସରଣ କରିପାରିବେ।


