ହୋଟେଲ୍ ରୁମ୍ ସେୟାର୍ କରିବାକୁ ବିଦେଶୀ ପୁରୁଷ ଏବଂ ମହିଳାଙ୍କୁ ଅନୁମତି ଦେଲା

ସାଉଦିଆରବ- ରିୟାଦ୍: ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ନୂତନ ଭିସା ନୀତି ପ୍ରଣୟନ କରିବା ପରେ ରକ୍ଷଣଶୀଳ ମୁସଲମାନ ରାଜ୍ୟ ସାଉଦି ଆରବ ଏବେ ବିଦେଶୀ ପୁରୁଷ ଓ ନାରୀମାନଙ୍କୁ ହୋଟେଲ ରୁମ୍ ସେୟାର୍ କରିବାକୁ ଅନୁମତି ଦେଇଛି । ସେ ପୁରୁଷ ଓ ନାରୀମାନେ ଯେ ପରସ୍ପରର ସମ୍ପର୍କୀୟ ସେ ସଂକ୍ରାନ୍ତରେ କୌଣସି ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ପଡ଼ିବ ନାହିଁ । ସାଉଦୀ ମହିଳାଙ୍କ ସମେତ ଯେ କୌଣସି ମହିଳା ନିଜେ ମଧ୍ୟ ହୋଟେଲ ରୁମ୍ ଭଡ଼ା ନେଇ ପାରିବେ । ପୂର୍ବରୁ ଏଥି ନିମନ୍ତେ ଥିବା ନୀତି ନିୟମ ଉଠାଇ ନିଆଯାଇଛି । ଏଥିନିମନ୍ତେ କୌଣସି ଚେକ୍-ଇନ୍ ବା ପରିବାର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ନାହିଁ ବାଲି ସାଉଦି ପର୍ଯ୍ୟଟନ ଓ ଜାତୀୟ ଐତିହ୍ୟର କମିସନ୍ କହିଛି । ଗତ ସପ୍ତାହରେ ସାଉଦି ଆରବ ବିଶ୍ୱର ୪୯ଟି ଦେଶର ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବ ବାଲି ଘୋଷଣା କରିଥିଲା । ତୈଳ ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ନିଜର ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ସାଉଦି ଆରବ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା କଥା କୁହାଯାଇଥିଲା । ମହିଳାମାନେ କଳା ବୁର୍ଖାରେ ସମ୍ପୂର୍ଣ୍ଣ ଆବୃତ ହାଇ ଆସିବା ନିିୟମକୁ ମଧ୍ୟ ଉଠାଇ ଦିଆଯାଇଛି । କିନ୍ତୁ, ସେମାନେ ଭଦ୍ର ପୋଷାକ ପରିଧାନ କରିବେ ବାଲି ନିର୍ଦେଶ ରହିଛି । ମଦ ପୂର୍ବପରି ନିଷେଧ କରାଯାଇଛି । ୨୦୩୦ ସୁଦ୍ଧା ସାଉଦି ଆରବକୁ ବାର୍ଷିକ ୧୦୦ ନିୟୁତ ପର୍ଯ୍ୟଟକ ଆସିବେ ବୋଲି କର୍ତ୍ତୃପକ୍ଷମାନେ ଲକ୍ଷ୍ୟ ରଖିଛନ୍ତି । ସାଉଦି ଆରବରେ ଏଭଳି ପରିବର୍ତ୍ତନ ହେଉଛି ଯୁବରାଜ ମହମ୍ମଦ ବିନ୍ ସଲମନ୍ଙ୍କ ଉଚ୍ଚାକାଂକ୍ଷୀ ଆର୍ଥିକ ଏବଂ ସାମାଜିକ ସଂସ୍କାର କାର୍ଯ୍ୟକ୍ରମର ଅଂଶବିଶେଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ