ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ରେ ସମ୍ମାନିତ ହେଲେ ମୋଦୀ

ଆବୁଧାବୀ ଗ୍ରସ୍ତ ରେ ଥିବା ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସାଉଦୀ ଆରବ ର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଜାୟଦ ମେଡାଲ’ ସମ୍ମାନରେ ସମ୍ମାନିତ କରାଯାଇଛି । ମୋଦୀ ଏହି ଗସ୍ତରେ ସେ ଆବୁଧାବୀର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ ବିନ ଜାୟଦ ଉଲ ନାହୟାନଙ୍କ ସହିତ ପାରଂପରିକ ମଙ୍ଗଳ ପାଇଁ ଦ୍ୱିପାକ୍ଷୀକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ମାମଲା ଉପରେ ଆଲୋଚନା କରିବବେ ।ମୋଦୀ ବିଦେଶରେ କ୍ୟାଶଲେସ ନେଣଦେଣର ନେଟୱାର୍କ ସଂପ୍ରସାରଣ କରିବା ପାଇଁ ଔପଚାରିକ ଭାବେ ରୁପେ କାର୍ଡ ମଧ୍ୟ ଜାରି କରିବେ । ସାଉଦୀ ଆରବ ଗ୍ରସ୍ତ ଶେଷରେ ମୋଦୀ ବାହାରି ସମକକ୍ଷ ପ୍ରିନ୍ସ ଶେଖ ଖଲିଫା ବିନ ସଲମାନ ଉଲ ଖଲିଫା ଏବଂ ବାହାରିନର ରାଜା ଶେଖ ହମାଦ ବିନ ହସା ଉଲ ଖଲିଫାଙ୍କୁ ଭେଟିବେ । ଏହି ଗସ୍ତ କାଳରେ ମୋଦୀ ଶ୍ରୀନାଥ ମନ୍ଦିର ପରିଦର୍ଶନରେ ଯିବେ । ଏହା ପରେ ଭାରତୀୟ ସଂପ୍ରଦାୟକୁ ଉଦବୋଧନ ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ