ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ରକ୍ତଦାନ ଶିବିର,୪୩ ୟୂନିଟ ରକ୍ତ ସଂଗୃହ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ରକ୍ତଦାନ ମହତ କାମ ।ରକ୍ତ ପାଇଁ ଡହଳ ବିକଳ ହୋଇ ରୋଗୀକୁ ମୃତ୍ୟୁ ମୁଖରୁ ବଂଚାଇବାପାଇଁ ଏହି ସଂଗଠନର କର୍ମକର୍ତ୍ତା ଚିନ୍ତା କରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଆଦିବାସୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଆଦିମ ସାଓ୍ବଁନ୍ତା ସେମଲେଦ”ରାଣିସାହି,ତିରିଂ ମୟୂରଭଞ୍ଜ ତରଫରୁ ରବିବାର ରକ୍ତଦାନ ଭଳି ଏକ ମହତ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।ଆଜିଅନୁଷ୍ଠାନତରଫରୁରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଭଣ୍ଡାର ଗୃହରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏହି ସଂଗଠନର ସଦସ୍ୟ ଏବଂ ସଦସ୍ୟା ମାନେ ଏହି ମହତ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।୪୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଭାପତି ଲାଜୁ ହାଁସଦା, ସଂପାଦକ ମନୋରଞ୍ଜନ ମୁର୍ମୁ, ଉପଦେଷ୍ଟା ଭୁଗଲୁ ମାର୍ଣ୍ଡି, ସମାଜସେବୀ ରମେଶ ହାଁସଦା,ଜିସୁ ମାର୍ଣ୍ଡି,ସୁରାଇ  ଟୁଡୁ, ରାଜେଶ ମୁର୍ମୁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରକ୍ତଦାନ ଭଳି ମହତ ସାମାଜିକ ସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଥିବାରୁ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ଆୟୋଜନ କାରୀଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ