ୟୁଥ ଅଫ କନ୍ଧମାଳ ତରଫରୁ ଅପହଞ୍ଚ ଇଲାକାରେ କମ୍ବଳ ବଣ୍ଟନ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା । ଲୋକେ ଘରୁ ବାହାରିପାରୁନାହାନ୍ତି । ଏମିତିରେ ଖଜୁରୀପଡା ବ୍ଲକରେ ରହୁଥିବା କିଛି ଅସହାୟ ଲୋକଙ୍କୁ କମ୍ବଳ ବାଣ୍ଟିଲେ ସ୍ବେଛାସେବୀ । ବ୍ଲକର କିଛି ଅପହଞ୍ଚ ଗ୍ରାମ ଟକଲି, ଖଲିବେରେନା, ବିଜୁଳିସାହି, କୁଟିଲାଝର ଆଦିଗ୍ରାମକୁ ଯାଇ ଲୋକଙ୍କୁ କମ୍ବଳ ପ୍ରଦାନ କରିଛନ୍ତି । ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦଶନୀ, ଶିବ ସୁନ୍ଦର ସାହୁ, ଗୌତମ ହଂସ ,ବଳରାମ ବିନ୍ଧାଣି ପ୍ରମୁଖ ଉପସ୍ଥିତ ଥିଲେ । ଯୁବକ ମାନଙ୍କ ଏପରି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ବାସିନ୍ଦା ।


