ୟୁ-ଟୁବ୍ ପାଠପଢା ପାଇଁ ୯ରୁ ୧୨ ଶ୍ରେଣୀ ପିଲାଙ୍କୁ ସ୍ମାର୍ଟଫୋନ୍ ଦିଅ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଘୋଷଣା କରିଛନ୍ତି +୨ ଛାତ୍ରଛାତ୍ରୀମାନଙ୍କୁ ୟୁ-ଟୁବ୍‌ରେ ପାଠ ପଢାଯିବ । ପୂର୍ବରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ୟୁ-ଟୁବ୍‌ରେ ପାଠ ପଢାଯାଉଛି । ଓଡ଼ିଶାରେ ବିଜୁଳି ଓ ମୋବାଇଲ ନେଟୱର୍କର ଅବସ୍ଥା ଯାହା ସେଥିରେ କେତେ ଛାତ୍ରଛାତ୍ରୀ ୟୁ-ଟୁବ୍‌ରେ ପାଠ ପଢୁଥିବେ ତାହା ସମସ୍ତେ ଜାଣନ୍ତି । ଏହା ସାଙ୍ଗକୁ ଦାରିଦ୍ର‌୍ୟ ଯୋଗୁ ବହୁ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ଶ୍ରେଣୀର ଛାତ୍ରଛାତ୍ରୀ ତଥା ପାହାଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ୍ ଅଭାବରୁ ପାଠପଢାରୁ ବଞ୍ôଚତ ହେଉଛନ୍ତି । ମାନ୍ୟବର ମନ୍ତ୍ରୀ ନିଜେ ଗତ ବିଧାନସଭାରେ ସ୍ୱୀକାର କରିଥିଲେ ଯେ, ୨୮ଭାଗ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି । ତେଣୁ ମନ୍ତ୍ରୀଙ୍କ କଥା ଯଦି ସତ ହୁଏ, ତେବେ ୭୨ଭାଗ ପିଲା ସ୍ମାର୍ଟ ଫୋନ୍ ଅଭାବରୁ ୟୁ-ଟୁବ୍ ପାଠପଢାରୁ ବଞ୍ôଚତ ହେବାକୁ ଯାଉଛନ୍ତି । ରାଜ୍ୟ ସରକାର ଅତୀତରେ ଚାଷୀମାନଙ୍କୁ ସ୍ମାର୍ଟଫୋନ୍ ଦେବାର ନଜିର ରହିଛି । ତେଣୁ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରିବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ଗ୍ରହଣ କରିବାକୁ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପତ୍ର ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ