ଗୋ ଚାଲାଣକାରୀ’ଙ୍କୁ ଅଟକାଇଲେ ଯୁବଗୋଷ୍ଠି
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ନିକଟସ୍ଥ ୨୨୦’ନଂ ରାଜପଥ ଦେଇ ଷଣ୍ଢ ସହିତ ୯’ଟି ଗୋରୁକୁ ଚଲାଇ ଚଲାଇ ଝାଡଖଣ୍ଡକୁ ନେଉଥିବା ବେଳେ ସ୍ଥାନୀୟ ଯୁବକ’ଙ୍କ ଦ୍ବାରା ଅଟକ । ସୂଚନା ଅନୁସାରେ ହାଟବାଦଳା ହାଟରୁ ଜନୈକ ବ୍ୟାପାରୀ ବଳଦ ଓ ଗାଇ ଗୁଡିକୁ କିଣି ଝାରଖଣ୍ଡ ର ହଳଦୀ ପୋଖରୀ ଅଞ୍ଚଳକୁ ନେଉଥିବା ବେଳେ ବଳଦ ଓ ଗାଇ ସହିତ ଗୋଟିଏ ଷଣ୍ଡକୁ ମଧ୍ୟ ନେଉଥିବା ଦେଖି ଗାଇ ଓ ବଳଦ ସହିତ ଷଣ୍ଢଟିକୁ ନେଉଥିବାକୁ ନେଇ ସ୍ଥାନୀୟ ଯୁବକ ମାନେ ପଚରା ଉଚରା କରିଥିଲେ। ହିନ୍ଦୁ ଧର୍ମ ଅନୁସାରେ ଷଣ୍ଢକୁ ମହାଦେବଙ୍କ ବାହନ ମାନି ତାଙ୍କୁ ସ୍ବଛନ୍ଦରେ ବିଚରଣ ପାଇଁ ଛାଡି ଦିଆଯାଇ ଥାଏ। ତେଣୁ ଏପରି ଧର୍ମ ବିରୁଦ୍ଧ କାର୍ଯ୍ୟ କାହିଁକି କରୁଛ ବୋଲି ପ୍ରଶ୍ନ କରାଯିବାରୁ ବଳଦ ନେଉଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ବହଳଦା ଥାନା ପୋଲିସ୍ ପହଞ୍ଚିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ ଷଣ୍ଢ ଚାଲାଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉକ୍ତ ବଳଦ ଗୁଡିକର ମାଲିକ ନଥିବାରୁ ଷଣ୍ଢ ସହିତ ବଳଦ ଗୁଡିକୁ ରାଇରଙ୍ଗପୁର ସ୍ଥିତ ଗୋଶାଳା କୁ ପଠାଇ ଦିଆଯାଇଥିବା ଜଣା ପଡିଛି। ତେବେ ଏପରି ଭାବେ ଲୋକଙ୍କ ଦୃଷ୍ଟି ଅଢୁଆଳରେ ଷଣ୍ଢ ଚାଲାଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


