ଅଙ୍ଗନବାଡି କେନ୍ଦ୍ରରେ ପଛୁଆ ବର୍ଗ କର୍ମୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଦାବି
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ରଣାଲଇ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ନିର୍ଦ୍ଧାରିତ କରାଯାଇଥିବା ବେଳେ ଗ୍ରାମବାସୀ ତାହାକୁ ବିରୋଧ କରିବା ସହ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି । ଗ୍ରମବାସୀ ପ୍ରଶାସନ ନିକଟରେ ଅନୁସୂଚିତ ଜାତି /ଜନଜାତି ବର୍ଗ ପରିବର୍ତନ କରି ପଛୁଆ ବର୍ଗର ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଦାବି କରି ଆସୁଥିଲେ ବି ଦାବି ପୁରଣ ହୋଇନାହିଁ । ଫଳରେ ଗ୍ରମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଏଭଳି ସ୍ଥିତିରେ ମଙ୍ଗଳବାର ମହେନ୍ଦ୍ରଗଡ ପଞ୍ଚୟତ ଜାର୍ଯ୍ୟାଳୟରେ ଛେଳିଗଡ଼ ବିସ୍ଥାପିତ ପରିବାରଙ୍କ ସମସ୍ୟ ବୁଝିବାକୁ ଆସିଥିବା ଜିଲ୍ଲାପାଳ ସାକ୍ଷାତ କରି ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀକୁ ବାତିଲ କରି ପଛୁଆ ବର୍ଗ ପ୍ରାର୍ଥୀ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଜିଲ୍ଲାପାଳ କହିଛନ୍ତି, ସେ ସମ୍ପର୍କରେ ସେ ଅବଗତ ଅଛନ୍ତି, ଖୁବଶୀଘ୍ର ଅନୁସୂଚିତ ଜାତି, ଜନଜାତି ବର୍ଗ ପରିବର୍ତ୍ତନ କରି ପଛୁଆବର୍ଗ ପ୍ରାର୍ଥୀ ନିଯୁକ୍କ୍ତି ପାଇଁ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିସୁତି ଦେଇଛନ୍ତି ।


