୧୦୦ରୁ ଉର୍ଦ୍ଧ ଅନୁକୁଣ୍ଡାଗୁଡା ଗ୍ରାମବାସୀ ଭାଜପାରେ ଯୋଗ ଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମପଞ୍ଚାୟତର ଅନୁକୁଣ୍ଡାଗୁଡା ଗ୍ରାମର ୧୦୦ରୁ ଉର୍ଦ୍ଧ ଭୋଟର ଭାଜପାରେ ଯୋଗ ଦେଇଥିବାର ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ସହରର ଏର୍ଦଲା ସାହି ଠାରେ ଥିବା ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବରେ ଯୋଗଦେଇ ଏହି ଗ୍ରାମର ଗ୍ରାମବାସୀ ତଥା ଭୋଟରମାନେ ଭାଜପାରେ ଯୋଗ ଦେଇଛନ୍ତି । ଏମାନଙ୍କୁ ବିଧାୟକ ଶ୍ରୀରାଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଭାଜପାରେ ଯୋଗ ଦେବା ପରେ ଏମାନେ କହିଛନ୍ତି ଯେ, ବିଧାୟକଙ୍କ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ଅନ୍ୟାନ୍ୟ ଦଳ ଛାଡି ଭାଜପାରେ ଯୋଗଦେଇଛୁ ବୋଲି ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ୍ ସୀମାଦ୍ରୀ, ବରିଷ୍ଠ ଭାଜପା ନେତା ଏସ୍‌.ଶେଷଗିରି ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ନେତା ଉପସ୍ଥିତଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜୀବା ଗ୍ରାମ ପଞ୍ଚାୟତର ସରପଞ୍ଚ କବିତା ଶବର, ସମିତି ସଭ୍ୟ ଏସ୍‌.ହରିପ୍ରସାଦ ପ୍ରମୁଖ ପରିଚାଳା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ