୧୨ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀନୀ ନାହିଦଙ୍କ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରପାଳିକାର ୧୨ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ନାହିଦ ଅକ୍ତରଙ୍କୁ କାଉନସିଲର ପ୍ରାର୍ଥୀ କରାଯାଇଛି । ସଂଖ୍ୟାଲଘୁ ଅଧୁସିତ ଅଞ୍ଚଳର ଏହି ୱାର୍ଡଟି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି । ବିଜେଡି ଦଳର ଜଣେ ଟାଣୁଆ ଆଗଧାଡିର କର୍ମୀ ଯୁବନେତା ରକିବୁର ରହେମାନଙ୍କ ପତ୍ନୀ ନାହିଦକୁ ବଜୁ ଜନତା ଦଳ କାଉନସିଲର ଟିକେଟ ଦେଇଛି । ନାହିଦଙ୍କ ସ୍ୱାମୀ ରକିବୁର ବିଜେଡି ଦଳର ଜଣେ ସକ୍ରୀୟ ଯୁବନେତା ଭାବେ ସାଧାରଣରେ ପରିଚିତ । ସେ ଶିକ୍ଷିତ, ଭଦ୍ର ଏବଂ ମେଳାପି ସ୍ୱାଭାବ ଯୋଗୁ ବିଜେଡି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ତାଙ୍କ ପତ୍ନୀଙ୍କୁ କାଉନସିଲର ପ୍ରାର୍ଥୀ କରିଛି । ଉଚ୍ଚ ଶିକ୍ଷିତା ନାହିଦଙ୍କ ସରଳ ସ୍ୱଭାବକୁ ନେଇ ୧୨ନମ୍ବର ୱାର୍ଡବାସୀ ତାଙ୍କ ଉପରେ ବେଶ ଖୁସିଥିବା ଦେଖିବାକୁ ମିଳିଛି । ଏହି ୱାର୍ଡରେ ଥିବା ଅଧିକାଂଶ ମହିଳା ଗୋଷ୍ଠିି ମଧ୍ୟ ନାହିଦକୁ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଇଛି । ନାହିଦ ପ୍ରଚାର କାର୍ଯ୍ୟ ଆରମ୍ଭରୁ ସାହିବସ୍ତିର ମହିଳାମାନଙ୍କୁ ସାଙ୍ଗରେ ଧରି ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ତାଙ୍କ ସ୍ୱାମୀ ସାହିବସ୍ତିରେ ବୁଲି ଲୋକଙ୍କୁ ଭେଟି ଜନସମର୍ଥନ ମାଗୁଛନ୍ତି । ଏହି ୱାର୍ଡରେ ଜୟୀପୁରା ପାଟ ଜଳ ନିଷ୍କାସନ ସମସ୍ୟା ଓ ଡ୍ରେନେଜ ସମସ୍ୟା ସହ ଜୟୀପୁରା- ଗୋବରୀ ନଦୀବନ୍ଧ ପାଟ ଜମିରେ ଯାତାୟତ ପାଇଁ ରାସ୍ତା ନିର୍ମାଣ ପ୍ରଭୃତି ପ୍ରମୁଖ ସମସ୍ୟାର ସମାଧାନ କରିବେ ବୋଲି ରକିବୁର ଜନସାଧାରଣଙ୍କୁ ପ୍ରତିଶୃତି ଦେଉଥିବା ଦେଖାଯାଇଛି ।


