୧୩ ନଂ ୱାର୍ଡରେ ବିଜେଡିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୈାରାଞ୍ଚଳର ୧୩ ନମ୍ବର ୱାର୍ଡର ରଣପଡା ଠାରେ ବିଜୁ ଜନତା ଦଳର ପୈାରନିର୍ବାଚନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ଲିଗାଲଫ୍ରଣ୍ଟର କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଏହି ବୈଠକରେ ୱାର୍ଡର ବିଭିନ୍ନ ସମସ୍ୟା, ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା । ସାମାନ୍ୟ ବର୍ଷା ଫଳରେ ଏହି ୱାର୍ଡର ରାସ୍ତାରେ ବର୍ଷା ପାଣି ଜମି ରହିବାରୁ ସ୍ଥାନୀୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଗାମୀ ପୈାର ନିର୍ବାଚନରେ ସେହି ୱାର୍ଡରୁ ଜଣଙ୍କୁ ପାର୍ଥୀ ଭାବେ ଚୟନ କରିବା ପାଇଁ ଆଲୋଚନା କରାଯାଇ ୱାର୍ଡର ସମସ୍ୟା ଗୁଡିକ କିପରି ସମାଧାନ ହୋଇପାରିବ ସେଥିପାଇଁ ୱାର୍ଡବାସୀ ଦାବି କରିଥିଲେ । ସେମାନଙ୍କ ଦାବି ଗୁଡିକ ବିଧାୟକ ଶଶିଭୂଷଣ ବେହେରାଙ୍କୁ ଅବଗତ କରାଯିବା ପାଇଁ ବୈଠକରେ ପ୍ରତିଶୃତି ଦିଆଯାଇଥିଲା । ଏହି ବୈଠକରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ରମାକାନ୍ତ ସ୍ୱାଇଁ, ରଞ୍ଜନ କୁମାର ପଣ୍ଡା, ଇତିହାସ ଲେଙ୍କା ଯୋଗ ଦେଇଥିବା ବେଳେ ୱାର୍ଡର ମୁରବୀ ସେକ ବୁନା, ସେକ ଖଲିଲ, ସବାକ ଖାନ, ସେକ ରାଜା, ନଇମ ଖାନ, ସେକ ଓହିଦ, ସେକ ଫାରୁକ, ସେକ ରଫୋ, ସେକ ରିହାନା, ସେକ ଜମାଲ, ସେକ କଲାମ ଖାନ, ସେକ ମନା, ସାଇଦା ବିବି, ଗୈାରୀ ବିବି, ରୋସନା ବିବି, ଫରିଦା ଖାତୁନ, ହସିନା ବିବି, ରୁକସାନା ବିବି, ସକିଲା ବିବି, ମିନା ବିବି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ୱାର୍ଡ ସଭାପତି ସେକ ୟୁସୁଫ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ