ସମାଜସେବୀ ହାରାମଣୀଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଶନିବାର ସନ୍ଧ୍ୟାରେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ମା’ ତଥା ସମାଜସେବୀ ହାରାମଣୀ ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ବରିଷ୍ଠ କର୍ମକର୍ତ୍ତା ସୁଶିଲ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର, ଅଧ୍ୟାପକ ଅଜୟ ସାମଲ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, କବୟିତ୍ରୀ ଅବନ୍ତୀ ବେହେରା, ଆଶିଷ ସେନାପତି, ରବୀନ୍ଦ୍ର ନାଥ ରଥ, ନିତ୍ୟାନନ୍ଦ ସୁଆର, ରଣଧୀର ଜେନା, ବିଜୟ କୁମାର ଅଗ୍ରୱାଲ, ବଳରାମ ଦାସ, ଗୋପାଳକୃଷ୍ଣ ଜେନା, ନଳିନୀକାନ୍ତ ମହାନ୍ତି, ମୁକ୍ତାର ଖାଁ, ଶ୍ରୀଧର ମହାନ୍ତି, ଗୋଲକ ସେଠୀ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗୋଲଖ ଚନ୍ଦ୍ର ପଢିଆରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


