୧୫ବର୍ଷୀୟ ବାଳକ ତିଆରି କଲେ ଏୟାରପଡ୍

ସ୍ମାର୍ଟଫୋନ୍,ଟ୍ୟାବ୍ଲେଟ୍ ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଅଡିଓ ଡିଭାଇସ୍କୁ ପାଖରେ ନ ରଖି ତା’ର ଅଡିଓ କଣ୍ଟ୍ରୋଲ୍ କରିବା ପାଇଁ ଯେଉଁ ଉପକରଣଟି ବ୍ୟବହାର କରାଯାଏ ତାହାକୁ ସାଧାରଣତଃ ଏୟାରପଡ୍ ବୋଲି କୁହାଯାଏ । ଆଉ ନାମୀଦାମୀ କମ୍ପାନୀର ଏୟାରପଡ୍ର ଦାମ୍ ହଜାର ହଜାର ଟଙ୍କା ହୋଇଥିବାବେଳେ ଆପଲ୍ ବ୍ରାଣ୍ଡର ଏହି ଏୟାରପଡ୍ର ଦାମ ୧୦ ହଜାର ଟଙ୍କାରୁ ଊଦ୍ଧ୍ୱ ର୍ ।
କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ୧୫ବର୍ଷୀୟ ବାଳକ ମାତ୍ର ୨୭୮ ଟଙ୍କାରେ ନିଜ ଜ୍ଞାନକୌଶଳ ବ୍ୟବହାର କରି ଏଭଳି ଏୟାରପଡ୍ ତିଆରି କରିବାରେ ସଫଳ ହୋଛନ୍ତି । ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସୂଚନା ଅନୁସାରେ ସ୍ୟାମ୍ କେଶବୁକ୍ ନାମକ ଏହି ବାଳକ ଜଣକ ପାଖାପାଖି ୨ମାସ ଲାଗି ଏହାକୁ ତିଆରି କରିଛନ୍ତି । ତାଙ୍କର ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଜଣେ ଏହି ଏୟାରପଡ୍ ଆଣିଥିଲେ । ଏଭଳି ଏକ ଜିନିଷର ଦାମ୍ ନିଶ୍ଚିତ ଅଧିକ ହୋଇଥିବ ବୋଲି ସେ ଅନୁମାନ କରିଥିଲେ । ତେଣୁ ତାଙ୍କ ପକ୍ଷେ ଏହାକୁ କିଣିବା ସହଜ ନୁହେଁ ବୋଲି ସେ ହୃଦୟଙ୍ଗମ କରିଥିଲେ । ସେବେଠାରୁ ଏହାକୁ ସେ କେମିତି ନିଜେ ଘରେ ତିଆରି କରିବେ ସେ କଥା ଚିନ୍ତା କରୁଥିଲେ । ପରବର୍ତ୍ତୀ ସମୟରେ ଆପଲର ଦୁଇଟି ପୁରୁଣା ହେଡ୍ଫୋନ୍କୁ ନେଇ ସେଥିରୁ ହିଁ ଏହି ଏୟାରପଡ୍ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ