୧୫ ଗ୍ରାମ ବ୍ରାଉନ ସୁଗର ଜବତ ୨ଅଭିଯୁକ୍ତ କୋର୍ଟ ଚାଲାଣ

ନାଉଗାଁ, (ଓ୍ବାଇଏନ୍ଏସ୍) : ଶିଖର ପଂଚାୟତ ଅଙ୍ଗେଶ୍ୱରପଡା ନିକଟରୁ ରବିବାର ନାଉଗାଁ ପୋଲିସ ପକ୍ଷରୁ ବ୍ରାଉନ ସୁଗର କାରବାରକୁ ନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚଲାଣ କରାଯାଇଥିବା ଜଣାଯାଇଛି । ଅଭିଯୁକ୍ତ ଦୁଇ ଜଣ ହେଲେ ଧୂଆଁପଦାର ସିଲୁ ସାହୁ ଓ ଗଂଗଦାରୁ କଂଗ୍ରେସ ବାରିକ । ସୂଚନା ମୁତାବକ ରବିବାର ନାଉଗାଁ ଥାନା ଏସଆଇ ରଘୁନାଥ ଟୁଡୁ ଓ ଅନ୍ୟମାନେ ବିଲିପଡା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ବ୍ରାଉନ ସୁଗର କାରବାର ହେଉଥିବା ସୂଚନା ପାଇଥିଲେ । ସଙ୍ଗେ ସଙ୍ଗେ ଥାନା ଆଇଆଇସି ଅନିରୁଦ୍ଧ ନାୟକଙ୍କୁ ସୂଚନା ଦେଇଥିଲେ । ଆଇଆଇସି ଶ୍ରୀ ନାୟକଙ୍କ ନିର୍ଦ୍ଦେଶକ୍ରମେ କାରବାର ହେଉଥିବା ସ୍ଥାନରେ ଚଢଉ କରାଯାଇଥିଲେ ମଧ୍ୟ ସଂପୃକ୍ତ ବେପାରୀ ସେଠାରୁ ବାଇକ ଯୋଗେ ପଳାଇବା ସମୟରେ ପୋଲିସ ତାକୁ କାବୁ କରି ନେଇଥିଲା । ତାର ନିକଟରୁ ୧୫ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଥିଲା । ତାକୁ ବେପାରରେ ସହଯୋଗ କରୁଥିବା କଂଗ୍ରେସ ବାରିକକୁ ମଧ୍ୟ ଗିରଫ କରାଯାଇଥିଲା । ଏସଆଇ ଟୁଡୁଙ୍କ ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ୧୭୨/୨୨ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ଦିପ୍ତୀମୟୀ ବିଶ୍ୱାଳ ଦାୟିତ୍ୱରେ ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ