୧୫ ଦିନ ମଧ୍ୟରେ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଅ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ୧୫ ଦିନ ମଧ୍ୟରେ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେ ୨୮ରେ ନିଜ ନିଷ୍ପତ୍ତିର ଏକ ସପ୍ତାହ ମଧ୍ୟରେ ଦ୍ବିତୀୟ ନିଷ୍ପତ୍ତି ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ନିଷ୍ପତ୍ତିରେ ସମସ୍ତ ପ୍ରବାସୀଙ୍କୁ ମାଗଣାରେ ନିଜ ବାସସ୍ଥାନରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରାର ଭଡା ସହିତ ଖାଦ୍ୟ ଏବଂ ପାନୀୟ ମାଗଣା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


