୧୭୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ : ୩୭୦୦ଲିଟର ମହୂଲ ପୋଚ ନଷ୍ଟ : ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ତତ୍ବାବଧାନରେ ଅବକାରୀ ଧରପଗଡ ଜାରି ରହିଛି ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ, ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି, ଯାଞ୍ଚ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି | ଆଜି ପାରଳାଖେମୁଣ୍ଡି ଅବକାରୀ ସଦର ଥାନା ଓ ରାୟଗଡ ପୋଲିସ ପକ୍ଷରୁ ରାୟଗଡ ବ୍ଲକର ମୂହାଣ ଏବଂ ରାୟଗଡ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢଉ କରାଯାଇ ୩୭୦୦ଲିଟର ମହୂଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବାବେଳେ ୧୭୦ଲିଟର ଚୋରା ଦେଶୀ ରନ୍ଧା ମଦକୁ ଜବତ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି | ଏଥି ସହ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀକୁ ଜବତ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଥିବାର ମଧ୍ୟ ଜଣାପଡିଛି | ଏହି ଚଢଉରେ ପାରଳାଖେମୁଣ୍ଡି ସଦର ଅବକାରୀ ଥାନା ଏବଂ ରାୟଗଡ ପୋଲିସ ଥାନାର ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ |


