୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ୧୯୭୪ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ପାଇଁ ନାଉଗାଁ ବଜାରସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦିବଂଗତ ବନ୍ଧୁ ଓ ଶିକ୍ଷକମାନଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୁରାତନ ଛାତ୍ର ରମେଶ ଚନ୍ଦ୍ର ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ବିଚିତ୍ରାନନ୍ଦ ଲେଙ୍କା, ବ୍ରଜମୋହନ ଦାସ, ପ୍ରମୋଦ ପରିଜା, ପ୍ରଦିପ ସ୍ୱାଇଁ, ରତ୍ନାକର ସାହୁ, କୈଳାଶ ଚନ୍ଦ୍ର ସାହୁ, ମହେନ୍ଦ୍ର ଦାସ, ଗିରିଜା ଶଙ୍କର ସ୍ୱାଇଁ, ପ୍ରମୋଦ ଶିଶୁ, ଧର୍ମାନନ୍ଦ ମଲ୍ଲିକ, ଚୌଧୁରୀ ବିଜନ ଦାସ ପ୍ରମୁଖ ଯୋଗ ଦେଇ ଛାତ୍ର ଜୀବନର ସ୍ମୃତିକୁ ବଖାଣି ଥିଲେ । ଆସନ୍ତା ଜାନୁଆରୀ ୨୯ତାରିଖରେ ସ୍ଥାନୀୟ ସାଧୁଗୋସ୍ୱାମୀ ପୀଠରେ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଥିଲା ।


