ଅଗ୍ନିକାଣ୍ଡରେ ଦୁଇ ବଖରା ପୋଡି ପାଉଁଶ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ତହସିଲ ଅଲଣା ପଂଚାୟତସ୍ଥିତ ମଧୁପୁର ଗାଁର ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଘରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି । ନାଉଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କଲା ବେଳକୁ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ ଚାଉଳ ଓ ଗୁୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ । ଅଲଣା ପଂଚାୟତର ସରପଂଚ ଚନ୍ଦ୍ରମଣୀ ବେହେରା ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହିତ ସହାୟତା ପ୍ରଦାନ କରିବା ପାଇଁ ରାଜସ୍ୱ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ