୨ଠ୨ଠରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଓହରିଲେ ହିଲାରୀ କ୍ଲିଣ୍ଟନ୍
ୱାଶିଂଟନ୍ (ଏଜେନ୍ସି): ଆମେରିକାର ପୂର୍ବତନ ବିଦେଶ ସଚିବ ହିଲାରୀ କ୍ଲିଣ୍ଟନ୍ ଆସନ୍ତା ୨ଠ୨ଠ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନ୍ୟୁୟର୍କ ସ୍ଥିତ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ହିଲାରୀ କହିଛନ୍ତି, ସେ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ନୁହଁନ୍ତି କିନ୍ତୁ ସେ ପୂର୍ବଭଳି ନିଜ କାମ କରିବେ ଏବଂ ନିଜ ମତ ରଖିବେ । ସେ ୨ଠ୧୬ ରାଷ୍ଟ୍ରପତି ଦୌଡରେ ଆଗଧାଡିରେ ଥିଲେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଠାରୁ ପରାସ୍ତ ହୋଇଥିଲେ । ସେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ।