୨୦୦୦-୨୦୦୧ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଦ୍ଵିତୀୟ ବନ୍ଧୁ ମିଳନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ଭଞ୍ଜ ରାଜ ବଂଶ ଦ୍ୱାରା ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମାଁ ଶାଙ୍କୁଳେଇ ପୀଠର କଲ୍ୟାଣୀ ମଣ୍ଡପ ପରିସରରେ ରବିବାର ଦିନ ନିକଟସ୍ଥ ଗହଙ୍ଗୁ ହନୁମାନ ବିଦ୍ୟାପୀଠର ୨୦୦୦-୨୦୦୧ ଶିକ୍ଷା ବର୍ଷର ଶିକ୍ଷକମାନଙ୍କ ପରିବାର,କର୍ମଚାରୀ ବୃନ୍ଦଙ୍କ ପରିବାର ଓ ପୁରାତନ ଛାତ୍ର ଛାତ୍ରୀମାନଙ୍କ ପରିବାର ବର୍ଗଙ୍କୁ ନେଇ ଦ୍ଵିତୀୟ ଥର ପାଇଁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୨୦୦୦ -୨୦୦୧ ଶିକ୍ଷା ବର୍ଷର ମାଟ୍ରିକ ଛାତ୍ର ତଥା ବର୍ତ୍ତମାନର ଶିକ୍ଷକ ନାରାୟଣ ମହାନ୍ତି ସ୍ଵାଗତ ଭାଷଣ ସହ ବନ୍ଧୁ ମିଳନର ଉଦ୍ଦେଶ୍ୟ ନେଇ ମତ ରଖିଥିଲେ । ପ୍ରଥମେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପରିଡ଼ା , ସହକାରୀ ଶିକ୍ଷକ ବୃନ୍ଦ ଟି. ରାମା ରାଓ, ଶରତ ଚନ୍ଦ୍ର ରାଉତ, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର ଗୌଡ,ସୁପ୍ରଭା ସୀୟ,ଗୋପାଳ ମହାରଣା, ଜଳେନ୍ଦ୍ର ବାଡ଼ତ୍ୟା, ଓ କର୍ମଚାରୀ ବୃନ୍ଦ ଦିବାକର ପରିଡ଼ା, ସୁବାସ ପରିଡ଼ା, ଭଗବାନ ପ୍ରଧାନ, ବନମାଳୀ ନାଇକ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅତୀତର ସ୍ମୃତି ମନେପକାଇ ନିଜ ଜୀବନ ଗଠନ ରେ ଶିକ୍ଷକମାନଙ୍କ ଭୂମିକା ବର୍ଣ୍ଣନା କଲାପରେ ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟର ଆଜିର ସଫଳତାକୁ ନେଇ ଗର୍ବ ଅନୁଭବ କରିବା ସହ ସଫଳତା ପଛର ଅତୀତର ସେହି ସଂଘର୍ଷମୟ ଦିବସ ଗୁଡ଼ିକୁ ମନେପକାଇ ବର୍ତ୍ତମାନ ସରକାର ଙ୍କ ତରଫରୁ ଆୟୋଜିତ “ମୋ ସ୍କୁଲ” କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜା ରାମ ମିଶ୍ର,ସୁନତ ବିଷୋୟୀ,କୃଷ୍ଣ ପ୍ରସାଦ ପାତ୍ର, ସ୍ୱର୍ଣ୍ଣ ଲତା ପଣ୍ଡା, ମିନତୀବିଷୋୟୀ, ସତ୍ୟ ନାରାୟଣ ପ୍ରଧାନ,ବିକ୍ରମ ବାରିକ,ରବୀନ୍ଦ୍ର ସ୍ବାଇଁ,ମଙ୍ଗଳୁ ପରିଡ଼ା , ମନୋଜ ତ୍ରିପାଠୀ, ସୁବ୍ରମନ୍ୟୁ ବିଷୋୟୀ, ଭାଗିରଥି ସ୍ୱାଇଁ, ଅରୁଣ ବିଶ୍ଵାଳ, ସଂଯୁକ୍ତା ସ୍ୱାଇଁ, ନୀଳମାଧବ ସାହୁ, ଭଗବାନ ଦାସ,ସୁଜିତ୍ ପଣ୍ଡା,ସୁଶାନ୍ତ ବିଶ୍ଵାଳ, ଲିଲି ସାହୁ, ରଶ୍ମିତା ଦାସ,ସବିତା ବାରିକ, ଶିବରାମ ପରିଡ଼ା, ସାନୂଜ ମହାନ୍ତି, କୃଷ୍ଣ ଡାକୁଆ ପ୍ରମୁଖ ପୁରାତନ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗ ଯୋଗ ଦେଇ ସହଯୋଗ କରିଥିବା ବେଳେ ମନୋଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ