ଶୀଘ୍ର ଅବସର ନେବାର ନାହିଁ: ଗେଲ୍‌

ନୂଆଦିଲ୍ଲୀ: ନିଜ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଦଳୀୟ ସାଥୀ ମନଦୀପ୍ ସିଂହଙ୍କ ସହ ଏକ ହାଲକା ଆଲୋଚନା ବେ‌ଳେ କ୍ରିସ୍‌ ଗେଲ୍‌ କହିଛନ୍ତି, ମୁଁ ଏତେ ଶୀଘ୍ର ଅବସର ନେବାର ନାହିଁ। ସୋମବାର ରାତିରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ‌ରେ ଦଳର ୮ ୱିକେଟ୍ ବିଜୟ ପରେ ଏଭଳି କଥା କହିଛନ୍ତି ଗେଲ୍‌। ଏହି ଆଲୋଚନା ବେଳେ ମନଦୀପ ପଚାରିଥିଲେ ‘ଗେଲ୍‌ କେବେ ବି ଅବସର ନେବା କଥା ନୁହେଁ’। ଏହାର ଜବାବରେ ୪୧ ବର୍ଷୀୟ‌ ଗେଲ୍‌ କହିଥିଲେ, ‘ଅବସରକୁ ବାତିଲ କର’ ଏଥିରେ ଯୋଡ଼ି ଦିଅ ‘ଏତେ ଶୀଘ୍ର ଅବସର ଆସିବାର ନାହିଁ’। ଉଭୟ ମନଦୀପ ଏବଂ ଗେଲ୍‌ ସୋମବାର ରାତିରେ ଅର୍ଧଶତକ ହ‌ାସଲ କରିବାରୁ ପଞ୍ଜାବ କ୍ରମାଗତ ପଞ୍ଚମ ବିଜୟ ସହ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଶୁକ୍ରବାର ନିଜ ପିତାଙ୍କୁ ହରାଇଥିବା ମନଦୀପ୍ କହିଥିଲେ, ‘ବାପା ମୋତେ ସବୁବେଳେ ଅପରାଜିତ ରହିବାକୁ କହୁଥିଲେ। ମୁଁ ଏ କଥା ରାହୁଲଙ୍କୁ କହିଥିଲି। ଅଧିକ କିଛି ବଲ୍‌ ଖେଳିବି ପଛେ ଦଳକୁ ଜିତାଇ ଆସିବି ବୋଲି ପ୍ରତିଶ୍ରୁତି ବି ଦେଇଥିଲି। ମୁଁ ମ୍ୟାଚ୍‌ ଶେଷ କରିବା ସହ ଅପରାଜିତ ଥିବାରୁ ପିତା‌ଙ୍କ ଆତ୍ମାକୁ ନିଶ୍ଚିତ ଶାନ୍ତି ମିଳିଥିବ’।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ