୨୨୦କେଭି ବିଦ୍ୟୁତ ସବଷ୍ଟେସନ ପାଇଁ କ୍ଷେତ୍ର ପରିଦର୍ଶନ କଲେ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ସ୍ଥିତ ଇଡ଼କୋ ଅଧିକୃତ ଜମିରେ ଇଣ୍ଡିଆନ ଅଏଲ ପକ୍ଷରୁ ଶିଳ୍ପ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପକୁ ବିଦ୍ୟୁତ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏଠାରେ ପାୱାର ଗ୍ରୀଡ଼ ନିର୍ମାଣର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଟାଟା ପାୱାର ଅଧିକାରୀଙ୍କ ସମେତ ଇଡ଼କୋ ଓ ଓପିଟିସିଏଲ ପ୍ରକଳ୍ପ ଅଧିକୃତ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଟାଟା ପାୱାର ନେସ୍କୋ ନିର୍ବାହୀ ଯନ୍ତ୍ରୀ ରତିକାନ୍ତ ବେହେରାଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ସହ ଅଧିକୃତ ଜମିର ଦମକଳ କେନ୍ଦ୍ର ନିକଟରେ ୨୨୦କେଭି ଶକ୍ତି ବିଶିଷ୍ଟ ଗ୍ରୀଡ଼ ସବଷ୍ଟେସନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଷେତ୍ର ପରିଦର୍ଶନରେ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ଜେନା, ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ପାତ୍ର, ଓପିଟିସିଏଲର ସାଧାରଣ ପରିଚାଳକ ଦୁର୍ଗା ପ୍ରସାଦ ଜେନା, ଇଡ଼କୋ ମ୍ୟାନେଜର ସାଗର ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ