୨୫ରୁ ଘରୋଇ ବିମାନ ଉଡାଣ ଆରମ୍ଭ

ନୂଆଦିଲ୍ଲୀ : ସାରା ଦେଶରେ ଲକଡାଉନ ପ୍ରଭାବରେ ବିମାନ ଚଳାଚଳ ବନ୍ଦ ରହିଥିଲା। ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିମାନ ଉଡାଣ । ତେବେ କେବଳ ଘରୋଇ ବିମାନର ଉଡାଣ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ସୂଚନା ଦେଇଛନ୍ତି । ସମସ୍ତ ବିମାନ ବନ୍ଦର ଏବଂ ବିମାନ ଚଳାଚଳ କମ୍ପାନୀକୁ ୨୫ ତାରିଖରେ ଉଡାଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଏହି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ବିମାନ ଚଳାଚଳ ହେବା ସହିତ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ