୨ ବର୍ଷରେ କିରୋସିନି ର ୫ଗୁଣ ଦରବୃଦ୍ଧି : ଗରିବଙ୍କ ଭାତହାଣ୍ଡି ଉପରେ ମାଡ଼

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-୫ ରାଜ୍ୟର ନିର୍ବାଚନ ସମାପ୍ତ ପରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ସହ କିରାସିନି ଦର ମଧ୍ୟ କାହିଁରେ କେତେ ପରିମାଣ ରେ ବୃଦ୍ଧିପାଇଛି । ଗତ ୨ବର୍ଷ ମଧ୍ୟରେ କିରାସିନି ଦର ୫ଗୁଣ ବୃଦ୍ଧିପାଇଛି । ସ୍ଥିତି ଏଭଳି ହୋଇଛି ଯେ ମୂଲ୍ୟବୃଦ୍ଧିର ସିଧା ପ୍ରଭାବ ଦାରିଦ୍ର୍ୟ ସୀମାରେଖା ତଳର ଗରିବଙ୍କ ଭାତହାଣ୍ଡି ଉପରେ ପଡ଼ିଛି। ରାଜ୍ୟ ଯୋଗାଣ ବିଭାଗ ତଥ୍ୟ ସୂଚନା ଅନୁସାରେ, ରାଜ୍ୟର ୯୬ ଲକ୍ଷ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ପ୍ରତି ୩ ମାସରେ ୨୯ ହଜାର କିଲୋଲିଟର୍‌ କିରାସିନି ଯୋଗାଇ ଦିଅନ୍ତି। ଝାରସୁଗୁଡ଼ାସ୍ଥିତ ତୈଳ ନିଗମରୁ ଏହା ରାଜ୍ୟ ସରକାର ଆଣିଥାଆନ୍ତି। ହୋଲସେଲ୍‌ ଏବଂ ପିଡିଏସ୍‌ କେନ୍ଦ୍ର ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଥିବା ଗରିବ ରାସନକାର୍ଡଧାରୀଙ୍କୁ ଏହି କିରୋସିନି ଦିଆଯାଇଥାଏ। ଏହି କାର୍ଡଧାରୀମାନେ ଆର୍ଥିକ ଭାବରେ ଦୁର୍ବଳ ଥିବାରୁ ଅତି କମ୍‌ରେ ଦୁଇ ବେଳା ଖାଇବାରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ୧ ଟଙ୍କାରେ ଏବଂ ବର୍ତ୍ତମାନ କରୋନା ସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ରେ କାର୍ଡ ପାଇଥିବା ହିତାଧିକାରୀ ଙ୍କୁ ମାଗଣାରେ ଚାଉଳ ଦିଆଯାଉଛି। କିରାସିନିର ଦର କିନ୍ତୁ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦର ତାଲିକା ଯୋଗାଣ ବିଭାଗ ଦ୍ୱାରା ପ୍ରତି ସପ୍ତାହରେ ହୋଲସେଲର୍‌ମାନଙ୍କୁ ଦିଆ ଯାଇଥାଏ । ହୋଲସେଲର୍‌ଙ୍କ କହିବାନୁସାରେ, ବର୍ତ୍ତମାନ କିରାସିନି ଦର ୬୦ଟଙ୍କା ୭୪ ପଇସା। ଫେବ୍ରୁଆରି ମାସରେ ମୂଲ୍ୟ ୫୩ ଟଙ୍କା ୭୧ ପଇସା ରହିଥିଲା। ଅର୍ଥାତ ଗୋଟିଏ ମାସରେ ଦର ୭ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ ମାସଶେଷ କୁ ନୂତନ ଦର ଆସିବା ବେଳକୁ ଏହା ୭୨ଟଙ୍କା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି। ୨୦୧୯ ମସିହାରେ ଏହା ୩୫ ଟଙ୍କା, ୨୦୨୦ ମସିହା ଲକଡାଉନ୍‌ ଯୋଗୁଁ ଦର ୧୨ଟଙ୍କାକୁ ହ୍ରାସ ପାଇଥିଲା। ୨୦୨୧ ମସିହାରେ ପ୍ରାୟ ୩୫ ଟଙ୍କାକୁ ଫେରି ଆସିଥିଲା। ପିଡିଏସ୍‌ କେନ୍ଦ୍ର ବିକ୍ରେତା ଏହି ଦରରେ ହୋଲସେଲରଙ୍କୁ କିଣନ୍ତି ସତ କିନ୍ତୁ ରିଟେଲର୍‌ରେ ଗ୍ରାହକଙ୍କୁ ଆହୁରି ୬ରୁ ୭ଟଙ୍କା ଅଧିକ ଦରରେ ବିକ୍ରି କରନ୍ତି । ଖୋଲା ବଜାରରେ ମୂଲ୍ୟ ଆକାଶଛୁଆଁ। ତିନିମାସ ମଧ୍ୟର ରୁଷ୍‌-ୟୁକ୍ରେନ ଯୁଦ୍ଧ ପରଠାରୁ ଦର ବିଶେଷ ବୃଦ୍ଧି ପାଇଥିବା କୁହାଯାଉଛି। କିରାସିନିର ବିତରଣ ଦାୟିତ୍ବ କେବଳ ରାଜ୍ୟ ସରକାରଙ୍କର। ବାହାର ଦେଶରୁ କ୍ରୟ କରିବାଠାରୁ ସବ୍‌ସିଡି ପ୍ରଦାନ ଏବଂ ଯୋଗାଣ କେନ୍ଦ୍ର ସରକାର କରୁଥିବାରୁ ଦର କାହିଁକି ଏତେ ବୃଦ୍ଧି ପାଉଛି, ଏ ସମ୍ପର୍କରେ କେନ୍ଦ୍ର ସରକାର ଙ୍କ ତରଫରୁ କୌଣସି ସୂଚନା ନାହିଁ। ସ୍ଥାନୀୟ ବାସିନ୍ଦା ତଥା ଖାଦ୍ୟସୁରକ୍ଷା ହିତାଧିକାରୀ ମାନେ କହିଛନ୍ତି ଯେ ଅର୍ଦ୍ଧାଧିକ ଲୋକଙ୍କ ଘରେ ଉଭୟ ଗ୍ୟାସ୍‌ ସଂଯୋଗ ଏବଂ କିରୋସିନି ଚୁଲ୍ହା ରହିଛି। ଗ୍ୟାସ୍‌ ଦରବୃଦ୍ଧି ପାଉଥିବାରୁ ଏବେ ସେମାନେ କିରାସିନି ଉପରେ ନିର୍ଭର କରୁଛନ୍ତି । କିନ୍ତୁ କିରାସିନି ଅଧିକାଂଶ ସମୟରେ ପିଡିଏସ୍‌ କେନ୍ଦ୍ରରେ ମିଳେ ନାହିଁ। ବର୍ତ୍ତମାନ ତାର ଦାମ ବୃଦ୍ଧି ପାଇଛି। କିଛି ମାସ ହେଲା ଦର ଏତେ ବୃଦ୍ଧି ପାଇଛି ଯେ ପରିବାରପୋଷଣ କରିବା ଅନେକ ପରିବାର କିରାସିନିର ଦରବୃଦ୍ଧିର ମାଡ଼ ସେମାନଙ୍କ ହାଣ୍ଡିଶାଳରେ ବାଜୁଛି। ଏଭଳି ସ୍ଥିତିରେ ମାଗଣା ଚାଉଳ ବ୍ୟବସ୍ଥା ସେମାନଙ୍କ ପାଇଁ ପ୍ରହସନ ପାଲଟିଛି । କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଦ୍ୱାରାଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଙ୍କୁ କିରୋସିନି ସୁଲଭ ମୂଲ୍ୟ ରେ ମିଳିବା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ଦାବୀ ରଖିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ