୩ଦିନରେ ୩ ବରିଷ୍ଠ ଅଧୀକାରୀଙ୍କ ହିଞ୍ଜିଳି ବସଷ୍ଟାଣ୍ଡ ସମୀକ୍ଷା

ହିଞ୍ଜିଳିକାଟୁ , (ଶେଷଦେବ ସାହୁ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲିପ କୁମାର ମହାନ୍ତି ରବିବାର ଦିନ ହିଞ୍ଜିଳି ବସଷ୍ଟାଣ୍ଡକୁ ବୁଲି ଦେଖିବାର ୨୪ ଘଟାଂ ନପୁରୁଣୁ ପୂର୍ତ ବିଭାଗ ଅଧିକ୍ଷକ ବିନୋଦ କୁମାର ପାଢୀ,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ ହିଞ୍ଜିଳି ବସଷ୍ଟାଣ୍ଡକୁ ବୁଲି ଦେଖିବା ପରେ ବୁଧୁବାର ସକାଳୁ ଜିଲାପାଳ ଓ ପୂର୍ତବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ପାରିଗ୍ରାହୀ ବସଷ୍ଟାଣ୍ଡ କୁ ନେଇ ସମୀକ୍ଷା କରିଛନ୍ତି । ତେବେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଏହି ବସଷ୍ଟାଣ୍ଡର କାର୍ଯ୍ୟ ଆଜି ସୁଧା ନସରିବାରୁ ବିଭିନ୍ନ ସମୟରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ସାଧାରଣ ଲୋକେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲିପ କୁମାର ମହାନ୍ତି ରବିବାର ଦିନ ସମ୍ପୁର୍ଣ ଗୋପନ ଭାବେ ହିଞ୍ଜିଳି ବସଷ୍ଟାଣ୍ଡକୁ ବୁଲି ଦେଖିବା ପରେ ବସଷ୍ଟାଣ୍ଡ କାମକୁ ତୁରନ୍ତ ସାରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ଅଟାଂଭିଡ଼ିଥିବା ଦେଖିବାକୁ ମିଳିଛି ।ବୁଧୁବାର ଦିନ ହଠାତ ବସଷ୍ଟାଣ୍ଡରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ,ହିଞ୍ଜିଳି ବିଡ଼ିଓ ପ୍ରସନ କୁମାର ପାତ୍ର,ତହସିଲଦାର ଗୋପୀନାଥ କୁଅଁର,କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ,ସହକାରୀ ଯନ୍ତ୍ରୀ ଉମ।।ଙ୍କର ପାଢୀ,ଲଡ଼ୁକିଶୋର ପଣ୍ଡା,ଶରତ ସାହୁ ପ୍ରମୁଖ ପହଚିଂ ନିର୍ମାଣଧିନ ବସଷ୍ଟାଣ୍ଡକୁ ବୁଲି ଦେଖିବା ସହ ପୁଣି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ପରେ ଠିକାଦାର ସରୋଜ କୁମାର ଶତପଥିଙ୍କ ସହ ଆଲୋଚନା କରିଥିଲେ ।ପୂର୍ବ ଡ଼ିଜାଇନରେ ସାମାନ୍ୟ ପରିବର୍ତନ କରାଯାଇ ଜାତୀୟରାଜପଥକୁ ଲାଗି ଓ ଆହାର କେନ୍ଦ୍ର ନିକଟରେ ଦୁଇଟି ଉଚ୍ଚ ମାନର ଯାତ୍ରୀ ବିଶ୍ରାମଗାର ନିର୍ମାଣ ନିମନ୍ତେ ଜିଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି ବର୍ଷା ସମୟରେ ଛାତର ପାଣି ବସଷ୍ଟାଣ୍ଡ ରେଷ୍ଟସେଡ଼ ଉପରେ ପଡ଼ୁଥିବା ନେଇ ଅଭିଯୋଗ ପରେ ତୁରନ୍ତ ତାର ସମାଧାନ ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ଡ଼ିସେମ୍ବର ମାସ ସୁଧା ବସଷ୍ଟାଣ୍ଡର କାର୍ଯ୍ୟ ସମ୍ପୁର୍ଣ ରୁପେ ସରିଯିବ ବୋଲି ଜିଲାପାଳ କହିଥିଲେ ।ପରେ ଜିଲାପାଳ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ଠାରେ ସ୍ଥାପନ କରାଯାଇଥିବା ନୂତନ ବ୍ରୋଞ୍ଜ ମୂର୍ତୀର କାର୍ଯ୍ୟକୁ ମଧ୍ୟ ଦେଖିଥିଲେ ।ସେଠାରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ