୩୦୦୦ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ପଞ୍ଜାବ ସରକାର
ଚଣ୍ଡୀଗଡ଼: ଧାନ ଓ ଗହମର ଶସ୍ୟ ମୂଳ ପୋଡ଼ି ପ୍ରଦୂଷଣ କରୁଥିବା ୩୦୦୦ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର । ଅମିରନ୍ଦର ସିଂହଙ୍କ ସରକାର ଚଳିତ ବର୍ଷ ୧୦ରୁ ୨୦ ପ୍ରତିଶତ ଏହି ଶସ୍ୟ ମୂଳ ପୋଡ଼ି ହ୍ରାସ କରାଇବା ଆଶାରେ ଅଛନ୍ତି । ସରକାର କହିଛନ୍ତି ଏଭଳି ୨୦,୭୨୯ଟି ମାମଲା ଆସିଛି । ସରକାର ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସରକାର କହିଛନ୍ତି ଏଭଳି ମାଟ ୪୯ ହଜାର ଶସ୍ୟ ମୂଳ ପୋଡ଼ି ଘଟଣା ଘଟିଛି । ନଭେମ୍ବର ୧ ସୁଦ୍ଧା ୨୦,୭୨୯ ରିପୋର୍ଟ ଆସିଛି । ଏବେ ସୁଦ୍ଧା ୭୦% ଅମଳ ସରିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ଯଦିଓ ଜାରିମାନା ଆଦାୟ ନେଇ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ରାଜ୍ୟ ସରକାର କିନ୍ତୁ ଏହି ବିପଜ୍ଜନକ କାମରେ କଟକଣା ଲଗାଇବାର ପ୍ରୟାସ କରୁଛନ୍ତି । ସୂଚନାଯୋଗ୍ୟ ଯେ, ପଞ୍ଜାବ ସହିତ ହରିଆଣା ଏବଂ ଉତ୍ତରାଖଣ୍ଡରେ ଚାଷୀମାନେ ଏଭଳି ଉପାୟରେ ଶସ୍ୟ ପୋଡ଼ି ଜାରି ରଖିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ପଡ଼ୁଛି । ଏହି ବିପଜ୍ଜନକ ଧୁଆଁର ବଳୟ ଦିଲ୍ଲୀରେ ପରିସ୍ଥିତି ସଙ୍ଗିନ୍ କରିବାର ଅନ୍ୟତମ କାରଣ ପାଲଟିଛି ।


