୪୮ ବର୍ଷରେ ତବୁ

(ଯୁଗାବ୍ଦ ନ୍ୟୁଜ )ବଲିଉଡ ଅଭିନେତ୍ରୀ ତବୁଙ୍କ ଆଜି୪୮ ବର୍ଷ ଜନ୍ମଦିନ। ନିଜର ଅଭିନୟର ଯାଦୁରେ ବିଗତ ୩୦ ବର୍ଷ ଧରି ସେ ବଲିଉଡରେ ରାଜ କରୁଛନ୍ତି। ବଲିଉଡର ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ତବୁ ଅନ୍ୟତମ।ଆଜି ଜନ୍ମଦିନ ଅବସରରେ ବଲିଉଡର ବହୁ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୭୧ ମସିହା ନଭେମ୍ବର ୪ରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁରା ନାଁ ହେଉଛି ତବାସମ୍ ଫାତିମା ହସ୍ମି। ୧୪ ବର୍ଷ ବୟସରୁ ସେ ବଲିଉହରେ ପାଥ ଥାପିଛନ୍ତି। ୧୪ ବର୍ଷ ବୟସରେ ତାଙ୍କୁ ଦୁଷ୍କର୍ମ ପୀଡ଼ିତା ଭୂମିକାରେ ଅଭିନୟ କରିବା ପାଇଁ ଓଉଯୋଗ ମିଲିଥିଲା। ନିଜ ବଲିଉଡ କ୍ୟାରିୟର ଭିତରେ ସେ ୨ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଏବଂ ୬ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୨୦୧୧ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତବୁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅଭିନେତ୍ରୀ ତବୁଙ୍କ ଶ୍ରେଷ୍ଠ ଫିଲ୍ମ ମଧ୍ୟରେ ରହିଛି ମାଚିସ୍, କାଲାପାନି, ଭିରାସତ, ଅସ୍ତିତ୍ୱ, ଚାନ୍ଦିନି ବାର, ଚିନି କମ୍, ହାଇଦର, ଦ୍ରିସ୍ୟମ୍, ଅନ୍ଧାଧୁନ୍ ଇତ୍ୟାଦି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ